www.samajalive.in
Saturday, December 6, 2025
19.1 C
Bhubaneswar

ଜାତକରେ ଗ୍ରହଙ୍କ ସ୍ଥିତିରୁ ଜାଣନ୍ତୁ ବିବାହ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ପ୍ରତ୍ୟେକଙ୍କର ଜାତକରୁ ତାଙ୍କ ଜୀବନ ସମ୍ବନ୍ଧରେ ବହୁ ସୂଚନା ମିଳିଥାଏ। ସେହିଭଳି ବିବାହର ବିଷୟରେ ବହୁ ତଥ୍ୟ ଜାତକରେ ରହିଥାଏ। କନ୍ୟା ମାନଙ୍କର ଜାତକର ସପ୍ତମ ଭାଗ ଏବଂ ବୃହସ୍ପତି ତାଙ୍କର ଜୀବନସାଥିଙ୍କ ସହ ସମ୍ବନ୍ଧୀତ। ଶୁକ୍ରଙ୍କର ଅବସ୍ଥିତି ଜୀବନସାଥିଙ୍କର ସ୍ୱଭାବ ଏବଂ କର୍ମକ୍ଷେତ୍ର ବିଷୟରେ ସୂଚନା ଦେଇଥାଏ। ଏହାସହ ବହୁ ତଥ୍ୟ ରାଶିରୁ ମଧ୍ୟ ଜଣାଯାଏ।
ଯେଉଁମାନଙ୍କର ଜାତକରେ ବୃହସ୍ପତି ତଥା ମଙ୍ଗଳ ରହିଥାଆନ୍ତି, ସେମାନଙ୍କ ପତି ସାଧାରଣ ହୋଇଥାଆନ୍ତି।
ବୃଷ, କନ୍ୟା, ମକର, ମେଷ, ସିଂହ, ଧନୁ ରାଶି ମହିଳା ମାନଙ୍କର ପତି ଆଶାଜନକ ରୋଜଗାର କରିଥାଆନ୍ତି।
ଯଦି କନ୍ୟା ମାନଙ୍କର ଆଙ୍ଗୁଠି ପତଳା ଏବଂ ସରୁ ତେବେ ସେମାନଙ୍କ ଜୀବନସାଥୀଙ୍କର ସାଧାରଣ ଚାକିରୀ ହେବାର ସମ୍ଭାବନା ଅଧିକ ରହିଥାଏ।
ଚନ୍ଦ୍ରମା, ଶୁକ୍ର କିମ୍ବା ବୁଧ ପ୍ରଧାନରେ ଥିଲେ ମହିଳାଙ୍କୁ ଅଧିକ ଉନ୍ନତିକ୍ଷମ ସ୍ୱାମୀ ମିଳନ୍ତି।
କର୍କଟ, ବିଛା , ମୀନ, ମିଥୁନ, ତୁଳା , କୁମ୍ଭ, ରାଶି କନ୍ୟା ମାନଙ୍କୁ ଅଧିକ ନାମ କରିଥିବା ଜୀବନସାଥି ମିଳନ୍ତି।
ମହିଳାଙ୍କ ଜାତକରେ  ଶୁକ୍ର ଓ ଚନ୍ଦ୍ରମା ଉତ୍ତମ ସ୍ଥାନରେ ଥିଲେ ତାଙ୍କ ଜୀବନସାଥୀ ଶାନ୍ତ ସ୍ୱଭାବର ହୋଇଥାଆନ୍ତି
ବୃଷ, କନ୍ୟା, ମକର ରାଶି ମାନଙ୍କ ପତି ଅଧିକ ଶାନ୍ତ ଚରିତ୍ରର ହୋଇଥାଆନ୍ତି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories