www.samajalive.in
Saturday, December 6, 2025
15.1 C
Bhubaneswar

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ କାନ୍ଦି ପକାଇଲେ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଆକସ୍ମିକ ମୃତ୍ୟୁ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସ୍ତବ୍ଧ କରିଛି। ବୁଧବାର ପୂର୍ବାହ୍ନରେ ନୂଆଦିଲ୍ଲୀର ଜନ୍ତର ମନ୍ତରସ୍ଥିତ ବାସଭବନରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବହୁ ବରିଷ୍ଠ ନେତା ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇବା ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତେ​‌ବେ ଏହି ସମୟରେ ମୋଦୀ ଭାବବିହ୍ବଳ ହୋଇପଡ଼ିବା ସହିତ କାନ୍ଦି ପକାଇଥିଲେ। ମୋଦୀଙ୍କ ଆଖି ଲୁହ ଛଳଛଳ ହୋଇପଡ଼ିଥିଲା। ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସୁଷମା ବିଦେଶ ମନ୍ତ୍ରୀ ଥିବାବେଳେ ଉଭୟଙ୍କ ତାଳମେଳ ଭଲ ରହିଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତକୁ ସଫଳ କରିବା ପଛରେ ସୁଷମାଙ୍କ ବଡ଼ ଯୋଗଦାନ ରହିଥିଲା। ମୋଦୀ ଯେଉଁ ଯେଉଁ ରାଷ୍ଟ୍ରକୁ ବିଦେଶଗସ୍ତରେ ଯାଆନ୍ତି, ତାହା ପୂର୍ବରୁ ସୁଷମା ସେଠାରେ ପହଞ୍ଚି ଗସ୍ତକୁ ସଫଳ କରିବା ଲାଗି ସମସ୍ତ ପ୍ରସ୍ତୁତି କରିଦେଇଥାନ୍ତି।

ସେହିପରି ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ପହଞ୍ଚିଥିବା ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସଦସ୍ୟ ରାମଗୋପାଳ ଯାଦବ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିଲେ। ତାଙ୍କ ଆଖି ଲୁହରେ ଭରିଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories