www.samajalive.in
Monday, December 8, 2025
14.1 C
Bhubaneswar

ଅନୁଛେଦ ୩୭୦ ହଟିବା ପରେ ପାକିସ୍ତାନରେ ହଲଚଲ୍‌, ମଙ୍ଗଳବାରରେ ବସିବ ମିଳିତ ସଂସଦ ବୈଠକ

ଇସଲାମାବାଦ .- ସମ୍ବିଧାନର ଅନୁଛେଦ ୩୭୦ ଉଚ୍ଛେଦ ପାଇଁ ରାଜ୍ୟ ସଭାରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ରଖିବା ପରେ ପାକିସ୍ତାନରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ପାକିସ୍ତାନ ବିରୋଧ କରିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତର ଏହି ପଦକ୍ଷେପକୁ ନିନ୍ଦା କରିବା ସହ ଏହା ବିରୋଧରେ ଯଥସମ୍ଭବ ପଦକ୍ଷେପ ଗ୍ରହଣ କରିବେ ବୋଲି ପାକିସ୍ତାନ କହିଛି । ନିଜ ଦେଶରେ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା କଥା ଇମରାନ୍‌ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ । ନିଜ ଦେଶକୁ ସମ୍ଭାଳିପାରୁ ନଥିବା ପାକିସ୍ତାନ ସରକାର ଏବେ କାଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି ।

ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟର ପକ୍ଷରୁ ଏନେଇ ଏକ ବକ୍ତବ୍ୟ ଜାରି କରାଯାଇଛି । ଏହା ଅକ ଅନ୍ତର୍ଜାତୀୟ ବିବାଦ ହୋଇଥିବା ବେଳେ ଭାରତ ଏକ ପାଖିଆ ଭାବେ ନିଷ୍ପତ୍ତି ନେଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଏହାକୁ ବିରୋଧ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛି ।

- Advertisement -

୧୯୫୪ ମସିହାରେ ଅନୁଛେଦ ୩୭୦ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦିଆଯାଇଥିଲା । ସେଠାର ଆଇନ ସହ ନାଗରିକତ୍ୱ, ସମ୍ପତ୍ତିର ଅଧିକାର ଓ ମୌଳିକ ଅଧିକାରୀ ଭାରତଠାରୁ ସ୍ୱତନ୍ତ୍ର ଥିଲେ । ଏବେ ଏହାକୁ ଉଛେଦ କରାଗଲେ ସାରା ଭାରତରେ ସହ ଏହା ସମାନ ହୋଇଯିବ ।

ଏହା ସହ ଜାମ୍ମୁ-କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯିବ ସହ ଦୁଇ ଭାଗକୁ କେନ୍ଦ୍ର ଶାସିତ ରାଜ୍ୟ ଘୋଷଣା କରାଯାଇଛି । ଜାମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ପ୍ରସ୍ତାବ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଅମିତ ଉପସ୍ଥାପନ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories