www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାଦିଷ୍ଟ ପାଳଙ୍ଗ ତଡ଼କା

ଆବଶ୍ୟକ ସାମଗ୍ରୀ
ପାଳଙ୍ଗ ଶାଗ – ଆବଶ୍ୟକ ପରିମାଣରେ
ବଟ ଡ଼ାଲି – ଆବଶ୍ୟକ ପରିମାଣରେ
ମୁଗଡ଼ାଲି – ଅଳ୍ପ
ପେଷା ଟମାଟୋ – ୧ଟି
କଞ୍ଚା ଲଙ୍କା – ୨ଟି
ଘିଅ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ହେଙ୍ଗୁ – ଅଳ୍ପ
ଜିରା – ଅଳ୍ପ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଧନିଆ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଅଦା ବଟା – ଅଳ୍ପ
ଗରମ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବୁଟ ଡ଼ାଲିକୁ ପାଣିରେ ବତୁରାଇ ଦିଅନ୍ତୁ। ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ। ଏଥିରେ ମୁଗ ଡ଼ାଲିକୁ ଧୋଇ ପକାନ୍ତୁ। ଏବେ ବତୁରାଇଥିବା ବୁଟ ଡ଼ାଲି ସହ ହଳଦୀ ଗୁଣ୍ଡ ଓ ଲୁଣ ପକାଇ ଏକାଠି ସିଜାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଜିରା, ହେଙ୍ଗୁ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଅଦା ବଟା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ପେଷା ଟମାଟୋ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା ପକାଇ ପୁଣି କଷନ୍ତୁ। ମସଲା କଷି ହେବା ପରେ ପାଳଙ୍ଗ ଶାଗକୁ କାଟି ଏଥିରେ ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଲୁଣ ଓ ଗରମ ମସଲା ପକାନ୍ତୁ। ଏବେ ସିଝାଇଥିବା ଡ଼ାଲିକୁ ଏଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଏକ ଡ଼ଙ୍କିରେ ଘିଅ, ଜିରା, ହେଙ୍ଗୁକୁ ଗରମ କରି ପ୍ରସ୍ତୁତ ତଡ଼କାରେ ଛୁଙ୍କ ଦିଅନ୍ତୁ। ଛୁଙ୍କ ଦେବା ପରେ ଧନିଆ ପତ୍ର ପକାଇ ତଡ଼କାକୁ ୨ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ତଡ଼କା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories