www.samajalive.in
Thursday, December 11, 2025
16.1 C
Bhubaneswar

ରାତି ୭ଟା ମୁଖ୍ୟ ଖବର

ବଡ଼ ଖବର :

# ଉତ୍ତର ପ୍ରଦେଶ ସରକାର ଉନାଓ ବଳାତ୍କାର ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ପ୍ରଦାନ କରିଛନ୍ତି।

# କାଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବ ଓ କୌଣସି ତୃତୀୟ ପକ୍ଷ ସହ ଏନେଇ ଆଲୋଚନା ହେବ ନାହିଁ ବୋଲି  ବ୍ୟାଙ୍କକଠାରେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।  ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓଙ୍କ ଏବଂଏସ୍. ଜୟଶଙ୍କର ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ସେ ଏହା କହିଛନ୍ତି। 

- Advertisement -

# ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ବିଫଳ ହୋଇଛି। ଫଳରେ ଅଗଷ୍ଟ ୬ରୁ ଏହି ମାମଲାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରମକୋର୍ଟର ସାମ୍ବିଧାନିକ ପୀଠ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।

# କଟକ ଫେରିବେ ଜଗା- କାଳିଆ। କଟକ ବଡ଼ ଡ଼ାକ୍ତରଖାନାରେ ସେମାନଙ୍କୁ ରଖାଯାଇ ଚିକିତ୍ସା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଦୀର୍ଘ ୨ ବର୍ଷ ହେବ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଯାଉଛି ।

# ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା, ସାବେରୀ ଓ ସେଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି , କାଲିମେଳା ଅଞ୍ଚଳରେ ୧୪୫ ମି.ମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି।

# କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା, ଜନ ଜୀବନ ପ୍ରଭାବିତ

# ଥାଇଲ୍ୟାଣ୍ଡ ଓପନ୍‍ ବ୍ୟାଡ୍‍ମିଣ୍ଟନ୍‍ର ପୁରୁଷ ସିଙ୍ଗଲ୍‍ସ୍‍ କ୍ୱାର୍ଟର ଫାଇନାଲ୍‍ରେ ବି. ସାଇପ୍ରଣୀତ ଜାପାନ୍‍ର କାନ୍ତା ସୁନୋୟାମାଙ୍କୁ ଭେଟିବେ। ଗତ ରାତିରେ ଅନୁଷ୍ଠିତ ପ୍ରାକ୍‍-କ୍ୱାର୍ଟର ଫାଇନାଲ୍‍ ମ୍ୟାଚରେ ଚ୍‍ରେ ସେ ଭାରତର ଶୁଭଙ୍କର ଦେଙ୍କୁ ୨୧-୧୮ ଓ ୨୧-୧୯ରେ ହରାଇଥିଲେ।

ଆଞ୍ଚଳିକ :

# କଟକ ଫେରିବେ ଜଗା- କାଳିଆ। କଟକ ବଡ଼ ଡ଼ାକ୍ତରଖାନାରେ ସେମାନଙ୍କୁ ରଖାଯାଇ ଚିକିତ୍ସା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ଦୀର୍ଘ ୨ ବର୍ଷ ହେବ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଯାଉଛି ।

# ସୁପ୍ରିମକୋର୍ଟ ଆଜି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି। ମାମଲାରେ ପକ୍ଷଭୁକ୍ତ ହେବାକୁ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଶଙ୍କରାଚାର୍ଯ୍ୟ ଏଥିରେ ପକ୍ଷଭୁକ୍ତ ହୋଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। କିନ୍ତୁ ସେ ଚାହିଁଲେ ଏହି ପ୍ରସଙ୍ଗରେ ନିଜର ମତାମତ ଦେଇପାରିବେ ବୋଲି ଅଦାଲତ କହିଛନ୍ତି। 

# ଭୁବନେଶ୍ୱରର  ମଞ୍ଚେଶ୍ୱର ଥାନା ଅଧୀନ ପ୍ରାଚୀ ବିହାର ଅଞ୍ଚଳରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ପାଇଖାନା ଟାଙ୍କି (ସେଫ୍ଟିଟାଙ୍କି)ରେ ପଶି କାମ କରୁଥିଲାବେଳେ ଟାଙ୍କି ଫଲ୍ସ ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

# ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା, ସାବେରୀ ଓ ସେଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି , କାଲିମେଳା ଅଞ୍ଚଳରେ ୧୪୫ ମି.ମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି । ଜିଲ୍ଳାରେ ସମସ୍ତ ସ୍କୁଲକୁ ୨ଦିନ ପାଇଁ ଛୁଟି କରିଦିଆଯାଇଛି।

# କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା, ଜନ ଜୀବନ ପ୍ରଭାବିତ

ଜାତୀୟ :

# ଅଯୋଧ୍ୟା ବାବ୍ରି ମସଜିଦ ଏବଂ ରାମଜନ୍ମଭୂମି ଜମି ବିବାଦ ମାମଲାର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ବିଫଳ ହୋଇଛି। ଫଳରେ ଅଗଷ୍ଟ ୬ରୁ ଏହି ମାମଲାର ନିୟମିତ ଶୁଣାଣି ହେବ ବୋଲି ସୁପ୍ରମକୋର୍ଟର ସାମ୍ବିଧାନିକ ପୀଠ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି।

#  କାଶ୍ମୀର ପ୍ରସଙ୍ଗରେ କେବଳ ପାକିସ୍ତାନ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା ହେବ ଓ କୌଣସି ତୃତୀୟ ପକ୍ଷ ସହ ଏନେଇ ଆଲୋଚନା ହେବ ନାହିଁ ବୋଲି  ବ୍ୟାଙ୍କକଠାରେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି।  ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓଙ୍କ ଏବଂଏସ୍. ଜୟଶଙ୍କର ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପରେ ସେ ଏହା କହିଛନ୍ତି। ଏହି ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

# ପାକିସ୍ତାନ କାଶ୍ମୀରରେ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛି। ହେଲେ ପାକିସ୍ତାନକୁ ତାର ପ୍ରୟାସରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଶୁକ୍ରବାର ଚିନାର କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍‍ ଢିଲୋନ ଏବଂ ଜାମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

# ଜମ୍ମୁ-କାଶ୍ମୀରର ସୋପିୟାଁ ଜିଲ୍ଲାର ଏକ ଗ୍ରାମରେ ସନ୍ତ୍ରାସବାଦୀମାନଙ୍କ ସହ ଗତ ରାତିରେ ଘଟିଥିବା ସଂଘର୍ଷରେ ସେନାବାହିନୀର ଜଣେ ଆହତ ଯବାନ ଆଜି ସକାଲେ ପ୍ରାଣ ହରାଇଛନ୍ତି।

# ଥାଇଲ୍ୟାଣ୍ଡ ଓପନ୍‍ ବ୍ୟାଡ୍‍ମିଣ୍ଟନ୍‍ର ପୁରୁଷ ସିଙ୍ଗଲ୍‍ସ୍‍ କ୍ୱାର୍ଟର ଫାଇନାଲ୍‍ରେ ବି. ସାଇପ୍ରଣୀତ ଜାପାନ୍‍ର କାନ୍ତା ସୁନୋୟାମାଙ୍କୁ ଭେଟିବେ। ଗତ ରାତିରେ ଅନୁଷ୍ଠିତ ପ୍ରାକ୍‍-କ୍ୱାର୍ଟର ଫାଇନାଲ୍‍ ମ୍ୟାଚ୍‍ରେ ସେ ଭାରତର ଶୁଭଙ୍କର ଦେଙ୍କୁ ୨୧-୧୮ ଓ ୨୧-୧୯ରେ ହରାଇଥିଲେ।

ଆନ୍ତର୍ଜାତୀୟ :

# ଆମେରିକା ଚୀନ୍‍ରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଆଉ ଶତକଡ଼ା ୧୦ ଭାଗ ଶୁଳ୍ପ ଲାଗୁ କରିଛି।

# ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗିନି ରାଜଧାନୀ କୋନାକ୍ରିରେ ପହଞ୍ଚିଛନ୍ତି। ତିନୋଟି ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍‍, ଗାମ୍ବିଆ ଓ ଗିନିକୁ ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ସେ ଯାଇ କୋନାକ୍ରିରେ ପହଞ୍ଚିଛନ୍ତି।

# ନେଦରଲ୍ୟାଣ୍ଡସ୍‍ ବୁର୍ଖା ପରିଧାନକୁ ନିଷେଧ କରିଛି। ନେଦର୍‍ଲ୍ୟାଣ୍ଡ୍‍ସ୍‍ରେ ଏଥିପାଇଁ ଏକ ଆଇନ ପ୍ରଣୟନ କରାଯାଇଛି, ଯାହା ଅନୁସାରେ ସର୍ବସାଧାରଣ ସ୍ଥାନ, ପରିବହନ ଓ ଅନ୍ୟାନ୍ୟ ସ୍ଥାନରେ ବୁର୍ଖା ପରିଧାନ ଉପରେ ନିଷେଧାଜ୍ଞା ଲାଗୁ କରାଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories