ବିଡିଓ ସାଜିଲେ ଶିକ୍ଷକ, ମିସ୍ତ୍ରି

ପାଠ ପଢ଼ାଇଲେ, ଘର ନିର୍ମାଣ କାମ କଲେ

ଜଗନ୍ନାଥପ୍ରସାଦ: ଜମିରେ ଧାନତଳି ରୋପଣ କରି ଚର୍ଚ୍ଚାର ପରିସରକୁ ଆସିଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପରେ ଏବେ ଏହି ଜିଲାର ଜଣେ ବିଡିଓ ଉଭୟ ଶିକ୍ଷକ ଓ ଶ୍ରମିକ ସାଜି ଅନ୍ୟ ଅଧିକାରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଜଗନ୍ନାଥପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ
ଅଶୋକକୁମାର ବେହୁରିଆ ଆଜି ଏକ ନିଆରା ଢଙ୍ଗରେ ଜଗନ୍ନାଥପ୍ରସାଦ ସରକାରୀ ନିତ୍ୟାନନ୍ଦ ପଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀଙ୍କୁ ପାଠ ପଢାଇଥିଲେ। ସେଠାରେ ସେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ। ଏହାସହ ବିଦ୍ୟାଳୟରେ ଶିକ୍ଷାଦାନ ଓ ଭିତ୍ତିଭୂମି ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଅମ୍ବିକା ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ।


ସେହିପରି ବିଡିଓ ଶ୍ରୀ ବେହୁରିଆ ଡୁଙ୍ଗାପଲ୍ଲୀ ନୋଡାଲ ବିଦ୍ୟାଳୟରେ ପହଞ୍ଚି ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ସହ ଶିକ୍ଷାଦାନ ଉପରେ ଆଲୋଚନା କରିଥିଲେ। ସେଠାରୁ ବିଡିଓ ଡୁଙ୍ଗାପଲ୍ଲୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶରେ ଯାଇଥିଲେ। ସେଠାରେ ଶିଶୁମାନଙ୍କୁ ପାଠ ପଢାଇବା ସହ ପରିବେଶ ପରିଚ୍ଛନ୍ନତା, ପୁଷ୍ଟିକର ଖାଦ୍ୟ ସମ୍ପର୍କରେ କର୍ମୀ ପୁଷ୍ପାଞ୍ଜଳି ପାଣିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଡିଓ ଡୁଙ୍ଗାପଲ୍ଲୀେର ନଟବର ପ୍ରଧାନଙ୍କ ଘରେ ପହଞ୍ଚି ସେଠାରେ ସେ ନିର୍ମାଣ କରୁଥିବା ଇନ୍ଦିରା ଆବାସ କାମ ଦେଖିଥିଲେ। ସେଠାରେ ସେ ଶ୍ରମିକଙ୍କ ସହ ମିଶି ମିସ୍ତ୍ରିର କାମ ତୁଲାଇଥିଲେ। ଇଟା ବନ୍ଧେଇ କାମରେ ବିଡିଓ ବ୍ୟସ୍ତ ରହିବା ଦୃଶ୍ୟ ଉପସ୍ଥିତ ଶ୍ରମିକ ଓ ଆବାସ ହିତାଧିକାରୀମାନେ ବିସ୍ମିତ ହୋଇପଡିଥିଲେ।

Comments are closed.