www.samajalive.in
Wednesday, December 10, 2025
16.1 C
Bhubaneswar

ବିହାରରେ ଜଙ୍ଗଲ ରାଜ, ପିତାଙ୍କ ହତ୍ୟାର କିଛିଦିନ ପରେ ଦୁଇ ପୁଅଙ୍କୁ ଗୁଳିକରି ହତ୍ୟା

ପାଟନା . – ବିହାରରେ ଜଙ୍ଗଲରାଜର ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଅପରାଧିମାନେ ଆଇନକାନୁନର ଭୟ ଛାଡି ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟାକରିଛନ୍ତି । ଗୋଟିଏ ପରିବାରର ମୁଖ୍ୟଙ୍କୁ ହତ୍ୟାକରିବାର କିଛି ଦିନ ପରେ ତାଙ୍କର ଦୁଇ ପୁଅଙ୍କୁ ଶୋଇଥିବା ଅବସ୍ଥାରେ ଗୁଳି କରି ହତ୍ୟା କରିଛନ୍ତି । ଏବେବି ପିତାଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ବିହାରର ହାଜିପୁରରେ ଏହି ଘଟଣା ଘଟିଛି ।

ହାଜିପୁରରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାର ଶିକାର ହୋଇଥିବା ଦୁଇ ଭାଇଙ୍କ ନାମ ଚଞ୍ଚଲ ସିଂ ଓ ରାଡ ରୋଶନ ସିଂ . ବିଦ୍ୟୁତ କଟିଯାଇଥିବାରୁ ଏମାନେ ଘର ନିକଟସ୍ଥ ଏକ ମନ୍ଦିର ପରିସରରେ ଥିବା ଛାତ ଉପରେ ଶୋଇଥିଲେ । ଏହି ଦୁଇ ଭାଇ ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସାକ୍ଷୀ ଥିଲେ । ଏକ ଜମି ଜମା ବିବାଦରୁ ତାଙ୍କୁ ମାସେ ତଳେ ଗୁଳି କରି ହତ୍ୟା କରାଯାଇଥିଲା ।

- Advertisement -

ପୁଲିସ ଏହି ଅଭିଯୋଗ ପାଇବାପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି । ପରିବାର ଲୋକ ତାଙ୍କର ସମ୍ପର୍କୀୟ ଭାଇ ବିବେକ ଓ ଅଭିଷେକ ସିଂକୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରିଛନ୍ତି। ଏମାନଙ୍କ ସହ ଆଉ ତିନି ଜଣ ଦୁର୍ବୃତ୍ତ ଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଦୁଇ ଜଣ ତାଙ୍କ ବାପାଙ୍କୁ ବି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories