www.samajalive.in
Friday, December 12, 2025
16.1 C
Bhubaneswar

ଏପରି କରନ୍ତୁ ବୁନ୍ଦି ଲଡ଼ୁର ବ୍ୟବହାର ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି

ବୁନ୍ଦି ଲଡ଼ୁ ପୂଜାପାଠରେ ଭୋଗ କରିବା ପାଇଁ ବ୍ୟବହାର କରିବା ସହ ଏହା ଖାଇବାକୁ ମଧ୍ୟ ବହୁ ସ୍ୱାଦିଷ୍ଟ ଲାଗିଥାଏ। ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ। ଏହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି। ମାତ୍ର ଏହି ବୁନ୍ଦି ଲଡ଼ୁର କେତେକ ବ୍ୟବହାର ଦ୍ୱାରା ଆମ ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ କିପରି କରିବେ ଏହି ବୁନ୍ଦି ଲଡ଼ୁର ବ୍ୟବହାର ….
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ମଙ୍ଗଳ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ମଧ୍ୟ ଦୁର୍ବଳ ହୋଇଯାଏ। ଏହାକୁ ସୁଦୃଢ କରିବା ପାଇଁ ପ୍ରତି ମଙ୍ଗଳବାର ବୁନ୍ଦିର ଲଡ଼ୁ ଦାନ କରନ୍ତୁ। ଏହି ସମସ୍ୟାର ସମାଧାନ ହୋଇଥାଏ। ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ।
ନିଜ ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ବୁନ୍ଦିର ଲଡ଼ୁକୁ ହନୁମାନଙ୍କ ପାଖରେ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ।
ବହୁ ଦିନ ଧରି କାର୍ଯ୍ୟ ଲାଗି ରହିଥିଲେ ମଧ୍ୟ ସଫଳତା ମିଳୁନଥିଲେ, ପ୍ରଭୁ ହନୁମାନଙ୍କ ମନ୍ଦିରରେ ବୁନ୍ଦି ଲଡ଼ୁରେ ତୁଳସୀପତ୍ର୍ର ପକାଇ ଭୋଗ କରନ୍ତୁ। ଏହା ପରେ ଏହି ଭୋଗକୁ ବାଣ୍ଟି ଦିଅନ୍ତୁ।
ଯେକୌଣସି ପରୀକ୍ଷା ଦେବାକୁ ଯିବାକୁ ପୂର୍ବରୁ ହନୁମାନଙ୍କ ମନ୍ଦିରକୁ ଯାଇ ଲଡ଼ୁ ଭୋଗ କରି ଏହାକୁ ନିଜେ ଖାଆନ୍ତୁ। ପରୀକ୍ଷାରେ ଶୁଭଫଳ ମିଳିବ।
କରଜରୁ ମୁକ୍ତି ପାଇବା ପାଇଁ ମଧ୍ୟ ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ ବୁନ୍ଦି ଲଡ଼ୁ ଭୋଗ କରନ୍ତୁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories