୧୨ ଘଣ୍ଟା ହେଲା ପଡି ରହିଛି ମୃତଦେହ; ହୋଇ ପାରୁନି ବ୍ୟବଚ୍ଛେଦ
ମୟୁରଭଞ୍ଜ : ମେଡିକାଲ ପରିସରରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡି ରହିଛି । ହେଲେ ଏପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଏକ ଅଭାବନୀୟ ଘଟଣା ଗୁରୁବାର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅନ୍ତର୍ଗତ ରରୁଆଁ ମେଡ଼ିକାଲରେ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ମେଣ୍ଢାମୁଣ୍ଡି ନିକଟରେ ବୁଧବାର ଉକ୍ତ ଯୁବକ ଜଣଙ୍କ ବାଇକରେ ଯାଉଥିବା ବେଳେ ସଡକ ଦୁର୍ଘଟଣା ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରରୁଆଁ ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଏହା ମଧ୍ୟରେ ଦୀର୍ଘ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ବ୍ୟବଚ୍ଛେଦ ହୋଇ ପାରୁନାହିଁ ।
Comments are closed.