www.samajalive.in
Sunday, December 7, 2025
14.1 C
Bhubaneswar

ଲୋକପ୍ରିୟ ଟିଭି ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଅଲଗା ଅଲଗା ରୂପରେ ଦେଖିବାକୁ ମିଳିଛି । ଏବେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଏକ ଅଲଗା ରୂପରେ ଦେଖିବାକୁ ମିଳିବ । ଡିସ୍‌କଭରି ଚ୍ୟାନେଲ୍‌ର ଲୋକପ୍ରିୟ ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ମୋଦୀଙ୍କୁ ଦେଖିବାକୁ ମିଳିବ । ସେ ଏହି ସୋର ଉପସ୍ଥାପକ ବେୟର ଗ୍ରିଲ୍ସଙ୍କ ସହ ଦେଖିବାକୁ ମିଳିବ । ସେ ଜୈବ ବିବିଧତା ଓ ପ୍ରକୃତିର ସଂରକ୍ଷଣ ବିଷୟରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିବ ।

”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ ସୋଅର ଉପସ୍ଥାପକ ବେୟର ଗ୍ରିଲ୍ସ ନିଜ ଟ୍ୱିଟର ଆକାଉଣ୍ଟରେ ମୋଦୀଙ୍କ ସହ ଉତ୍ତୋଳନ କରାଯାଇଥିବା ଏକ ଭିଡିଓକୁ ପୋଷ୍ଟ କରିଛନ୍ତି । ସେ ଏଥିରେ ୧୮୦ ଦେଶର ଲୋକ ମୋଦୀଙ୍କୁ ଏକ ନିଆରା ରୂପରେ ଦେଖିବାକୁ ପାଇବେ ବୋଲି ଉଲ୍ଲେଖ କରିଛନ୍ତି । ୪୫ ସେକେଣ୍ଡର ଏହି ପ୍ରମୋରେ ମୋଦୀଙ୍କର ଉପସ୍ଥାପନ ଦେଖିବା ଭଳି ହୋଇଛି । କ୍ରୀଡା ପୋଷାକରେ ସେ ଏକ ଛୋଟ ନୌକାରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି । ଦେଖନ୍ତୁ ଏହି ଭିଡିଓ

- Advertisement -

ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଦିନ ଧରି ବଣ ପାହଡ ଓ ପ୍ରକୃତି ମଧ୍ୟରେ ରହିଥିବା କଥା ଏହି ଏପିସୋଡ୍‌ରେ ପ୍ରକାଶ କରିଛନ୍ତି । ତାହାର ଅନେକ ପ୍ରଭାବ ତାଙ୍କ ଜୀବନ ଉପରେ ପଡିଛି । ଏଥିପାଇଁ ସେ ରାଜନୀତି ବାହାରେ ଏହି ସ୍ୱତନ୍ତ୍ର ଏପିସୋଡ୍‌ରେ ପ୍ରକୃତି ମଧ୍ୟରେ ଅଂଶ ଗ୍ରହଣ କରିବାପାଇଁ ଇଚ୍ଛୁକ ଥିଲେ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories