ମୟୂରଭଞ୍ଜ : ମିଥ୍ୟା ହତ୍ୟା ମାମଲାରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପୁରୁଣାବାହାଲ ଗାଁର ବାପା ଓ ପୁଅଙ୍କୁ ଗିରଫ କରିବା ଘଟଣାରେ ଥାନା ଓଆଇସିଙ୍କୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଦୀର୍ଘ ଅଢେଇ ମାସ ହେବ ପୁରୁଣାବାହାଲ ଗାଁର ସଞ୍ଜୟ ନାୟକଙ୍କର ସ୍ତ୍ରୀ ନିଖୋଜ ହୋଇଯାଇଥିଲେ। କିଛି ଦିନରେ ପୁଲିସ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ମୃତଦେହର ସଠିକ ଯାଞ୍ଚ ନହୋଇ ପୁଲିସ ମୃତଦେହଟିକୁ ସଞ୍ଜୟଙ୍କର ସ୍ତ୍ରୀ ବୋଲି ଜଣାଇ ଓ ତାଙ୍କ ସ୍ତ୍ରୀଙ୍କ ବାପାଙ୍କ ଅଭିଯୋଗରେ ସଞ୍ଜୟ ଓ ତାଙ୍କ ବାପାକୁ ପୁଲିସ ଗିରଫ କରିଥିଲା। ଯାହା ଫଳରେ ସେମାନେ ଜେଲ ଦଣ୍ଡ ଭୋଗୁ ଥିଲେ। ମାତ୍ର ଜୁଲାଇ ୧୮ରେ ସଞ୍ଜୟଙ୍କ ସ୍ତ୍ରୀ ଘରକୁ ଫେରିବା ପରେ ସେ ଗତ ଶନିବାର ବାରିପଦା ଏସ୍ଡ଼ିଜେଏମ୍ କୋର୍ଟରେ ହାଜର ହେବା ପରେ ସଞ୍ଜୟ ଓ ତାଙ୍କ ବାପାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।
Popular Categories



