www.samajalive.in
Friday, December 12, 2025
16.1 C
Bhubaneswar

୨ କଦଳୀ ପାଇଁ ୪୪୨ ଟଙ୍କା ନେବା ପଡ଼ିଲା ମହଙ୍ଗା : ହୋଟେଲ ଦେବ ୨୫ ହଜାର ଜୋରିମାନା

ଚଣ୍ଡିଗଡ଼ : ଅଭିନେତା ରାହୁଲ ବୋଷଙ୍କଠାରୁ ୨ଟି କଦଳୀ ପାଇଁ ୪୪୨.୫୦ ଟଙ୍କା ନେବା ଜେଡବ୍ଲ୍ୟୁ ମାରିଅଟ୍‍ ହୋଟେଲକୁ ଭାରି ପଡ଼ିଛି। ଚଣ୍ଡିଗଡ଼ର ଉତ୍ପାଦ ଶୁଳ୍କ ଓ ଟିକସ ବିଭାଗ ପକ୍ଷରୁ ହୋଟେଲ ନାଁରେ ୨୫ ହଜାର ଟଙ୍କାର ଜୋରିମାନା ଲଗାଯାଇଛି। ହୋଟେଲ ରାହୁଲଙ୍କଠାରୁ କର ମୁକ୍ତ ସାମଗ୍ରୀ ଉପରେ ବେଆଇନ ଭାବେ ଜିଏସ୍‍ଟି ଆଦାୟ କରିଥିଲା। ନିକଟରେ ରାହୁଲ ଉକ୍ତ ଘଟଣାର ଏକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିବା ପରେ ଏହାକୁ ନେଇ ଖୁବ୍‍ ଚର୍ଚ୍ଚା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଚଣ୍ଡିଗଡ଼ରେ ଥିବା ପଞ୍ଚତାରକା ହୋଟେଲ୍ ଜେଡବ୍ଲ୍ୟୁ ମାରିଅଟ୍‍ରେ ରାହୁଲ୍ ବୋଷ ରହିଥିଲେ। ସେ ବ୍ୟାୟାମଶାଳାରେ ବ୍ୟାୟାମ କରିବା ସମୟରେ ଦୁଇଟି ପାଚିଲା କଦଳୀ ପାଇଁ ବରାଦ ଦେଇଥିଲେ। ଦୁଇଟି ପାଚିଲା କଦଳୀ ପାଇଁ ତାଙ୍କୁ ୪୪୨.୫୦ ଟଙ୍କା ଦେବାକୁ ପଡ଼ିଥିଲା। କେବଳ ସେତିକି ନୁହେଁ ବିଲ୍‌ରେ ଷ୍ଟେଟ୍ ଜିଏସ୍‌ଟି ଓ ସେଣ୍ଟ୍ରାଲ୍ ଜିଏସ୍‌ଟି ବିଷୟରେ ଉଲ୍ଲେଖ ଥିଲା।

- Advertisement -

ରାହୁଲ ଟ୍ୱିଟରରେ ଏହାର ଏକ ଭିଡିଓ କରି ଶେୟାର କରିବା ପରେ ପୋଷ୍ଟଟି ଭାଇରାଲ୍ ହୋଇଥିଲା। କେତେକ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ହୋଟେଲ୍‌ରେ ଏହି ପ୍ରସଙ୍ଗର ସମାଧାନ କରିବାକୁ ପରାମର୍ଶ ଦେଇଥିବା ବେଳେ ଅନ୍ୟ କେତେଜଣ ଗୋଟିଏ କୋଠରୀ ପାଇଁ ହଜାର ହଜାର ଟଙ୍କା ଦେଇଥିବା ବେଳେ କଦଳୀ ପାଇଁ ଏତିକି ଟଙ୍କା କ’ଣ ବେଶୀ ହୋଇଗଲା ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଚଣ୍ଡିଗଡ଼ ଉତ୍ପାଦ ଶୁଳ୍କ ଓ ଟିକସ ବିଭାଗ ଉପ କମିଶନର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ତାଜା ଫଳ ଓ ପନିପରିବା ଉପରେ ଜିଏସ୍‌ଟି ଲାଗୁ କରାଯାଇ ନଥିବା ବେଳେ ହୋଟେଲରେ କେଉଁ ପରିସ୍ଥିତିରେ ଜିଏସ୍‌ଟି ଆଦାୟ କରାଗଲା ସେ ବିଷୟରେ ତଦନ୍ତ କରିବା ପାଇଁ ସେ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories