www.samajalive.in
Monday, December 8, 2025
27.1 C
Bhubaneswar

ପୃଥକ ପୃଥକ ସ୍ଥାନରୁ ଟଙ୍କା ଓ ସୁନାଗହଣା ସହ ମନ୍ଦିରରୁ ଲୁଟ ଅଭିଯୋଗ

ବାଲେଶ୍ୱର : ରବିବାର ବାଲେଶ୍ୱର ଜିଲାର ପୃଥକ ପୃଥକ ସ୍ଥାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସିମୁଳିଆ ଥାନା ଈଶ୍ୱରପୁର ପଞ୍ଚାୟତ ଧୂମପୁର ଗ୍ରାମରେ ବାବା ଧବଳେଶ୍ୱର ମନ୍ଦିରରୁ ରୂପାନାଗ ଓ ସୁନା ଅଳଙ୍କାର, ହୁଣ୍ଡି ପଇସା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସେହିପରି ବସ୍ତା ହଳଦୀପାଳ ବଜାରରେ ଥିବା ସୁନା ଦୋକାନରୁ ଓ ସେହି ଅଞ୍ଚଳର ଏକ ଏଟିଏମ ତାଡ଼ି ନେଇଥିବା ସୂଚନା ମିଳିଛି। ତେବେ କେତେ ପରିମାଣର ସୁନା ଓ ଟଙ୍କା ଲୁଟ ହୋଇଛି, ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ। ଏହାସହ ରେମୁଣା ଥାନା ନିଜାମପୁର ପଞ୍ଚାୟତର ଏକ କାର୍ଯ୍ୟାଳୟର ତାଲା ଭାଙ୍ଗି କମ୍ପ୍ୟୁଟର ଓ ଆସବାବପତ୍ର ସହ ୫ ହଜାର ଦୁର୍ବୃତ୍ତ ଲୁଟ କରିଥିବା ମଧ୍ୟ ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories