www.samajalive.in
Sunday, December 14, 2025
18.1 C
Bhubaneswar

ଅଭୟାରଣ୍ୟରେ ପଶି ବାଘୁଣୀକୁ ପିଟି ହତ୍ୟା କଲେ ଗ୍ରାମବାସୀ

ଲକ୍ଷ୍ନୌ: ମଣିଷକୁ ଆକ୍ରମଣ କରିବାରୁ ବାଘୁଣୀକୁ ପିଟି ମାରିଦେଲେ ଗ୍ରାମବାସୀ। ଉତ୍ତର ପ୍ରଦେଶର ପିଲିଭିଟ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ବନ ବିଭାଗ କର୍ମଚାରୀ ବାଘର ମୃତଦେହ ଜବତ କରିଛନ୍ତି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ମୋଟ ୪୩ ଜଣଙ୍କ ନାମରେ ଏତଲା ଦିଆଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୩୧ ଜଣ ଚିହ୍ନଟ ହୋଇଥିବାବେଳେ ୧୨ଜଣଙ୍କ ନାଁ ଜଣାପଡ଼ିନାହିଁ। ପଶୁ କ୍ରୁରତା ନିରୋଧ ଆଇନ ୧୯୬୦ ଅଧୀନରେ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦିଆଯାଇଛି। ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଅଭୟାରଣ୍ୟ ନିର୍ଦେଶକ ରାଜା ମୋହନ କହିଛନ୍ତି, ହତ୍ୟାର ଶିକାର ହୋଇଥିବା ବାଘୁଣୀର ବୟସ ୫ବର୍ଷ। ଦେଉରିଆ ନିକଟରେ ଗ୍ରାମବାସୀମାନେ ତାକୁ ପିଟି ହତ୍ୟା କରିଛନ୍ତି। ବାଘୁଣୀର ମୃତଦେହ ଉଦ୍ଧାର କରାଯାଇଛି। ବାଘୁଣୀଟି ମତାଇନା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବହୁ ସଂଖ୍ୟାରେ ଗ୍ରାମବାସୀ ଜଙ୍ଗଲରେ ପଶି ବାଘୁଣୀକୁ ସଂଘବଦ୍ଧ ଭାବେ ପିଟି ପିଟି ମାରି ଦେଇଥିଲେ। ବାଘୁଣୀଟିର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଆକ୍ରମଣ ଯୋଗୁ ବାଘୁଣୀର ଅଧିକାଂଶ ପଞ୍ଜରା ହାଡ଼ ଏବଂ ଗୋଡ଼ର ହାଡ଼ ଭାଙ୍ଗିଯାଇଥିଲା। ବର୍ଚ୍ଛା ଏବଂ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ ଯୋଗୁ ଫୁସଫୁସ ସମେତ ଶରୀରର ଏକାଧିକ ସ୍ଥାନ ଫୁଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଘୁଣୀର ମୃତ୍ୟୁ ଘଟିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories