www.samajalive.in
Sunday, December 14, 2025
26.1 C
Bhubaneswar

ଫ୍ରାଇଡେ ରିଲିଜ୍ : ୨ ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ : ୨୬ ଜୁଲାଇ ଶୁକ୍ରବାର ମୁକ୍ତିଲାଭ କରିଛି ୨ଟି ବଲିଉଡ଼ ଚଳଚ୍ଚିତ୍ର। ଗୋଟିଏ ହେଉଛି କଙ୍ଗନା ରାଣାୱତ୍‍-ରାଜକୁମାର ରାଓଙ୍କ ଅଭିନୀତ ‘ଜଜ୍‌ମେଣ୍ଟଲ ହୈ କ୍ୟା’ ଏବଂ ଅନ୍ୟଟି କୃତି ସେନନ-ଦିଲଜିତ୍‍ ଦୋସାଂଝଙ୍କ ଅଭିନୀତ ‘ଅର୍ଜୁନ ପଟିଆଲା’।

‘ଜଜ୍‌ମେଣ୍ଟଲ ହୈ କ୍ୟା’ ଦର୍ଶକଙ୍କ ମନକୁ ଛୁଇଁବାରେ ସଫଳ ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ପୂର୍ବରୁ ଏହାର ଟ୍ରେଲରକୁ ମଧ୍ୟ ଲୋକେ ଖୁବ୍‍ ପସନ୍ଦ କରିଥିଲେ ଏବଂ ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଉତ୍ସାହିତ ଥିଲେ। ଦର୍ଶକ କଙ୍ଗନା ଓ ରାଜକୁମାରଙ୍କ ଅଭିନୟକୁ ଖୁବ୍‍ ପ୍ରଶଂସା କରିଛନ୍ତି। ଏକତା କପୁର, ଶୋଭା କପୁର ଏବଂ ଶୈଳେଶ ଆର୍‍ ସିଂହଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରକାଶ କୋୱେଲାମୁଦୀ।

- Advertisement -

ଅନ୍ୟପକ୍ଷରେ ରୋମାଣ୍ଟିକ୍‍-କମେଡ଼ି ଚଳଚ୍ଚିତ୍ର ‘ଅର୍ଜୁନ ପଟିଆଲା’କୁ ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ଏହାକୁ ‘ଜଜ୍‌ମେଣ୍ଟଲ ହୈ କ୍ୟା’ଠାରୁ କଡ଼ା ଟକ୍କର ମିଳିବାର ସମ୍ଭାବନା ରହିଛି। ମାତ୍ର ଦୁଇ ଚଳଚ୍ଚିତ୍ର ଭିନ୍ନ ଧରଣର କାହାଣୀ ଉପରେ ଆଧାରିତ ହୋଇଥିବାରୁ କେହି କାହା ଉପରେ ଏତେଟା ପ୍ରଭାବ ପକାଇବେ ନାହିଁ ବୋଲି ଚଳଚ୍ଚିତ୍ର ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଏପରିକି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୋଇପାରେ ବୋଲି ପ୍ରଶଂସକମାନେ ଆଶା ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ରରେ ଲୋକେ କୃତି ଓ ଦିଲଜିତ୍‍ଙ୍କ ଯୋଡ଼ିକୁ ଖୁବ୍‍ ପସନ୍ଦ କରିଛନ୍ତି। ଏଥିରେ ଦିଲଜିତ୍‍ ଜଣେ ପୁଲିସ ଭୂମିକାରେ ଅଭିନୟ କରିଥିବା ବେଳେ କୃତି ଜଣେ ସାମ୍ବାଦିକା ଭୂମିକାରେ ଅଭିନୟ କରିଛନ୍ତି। ଏ ଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବରୁଣ ଶର୍ମା, ରୋନିତ ରୟଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଏହାସହିତ ସନୀ ଲିଓନୀ ମଧ୍ୟ ଅତିଥି କଳାକାର ଭାବେ ନଜର ଆସିଛନ୍ତି। ରୋହିତ ଜଗରାତ ଚୌହାନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories