www.samajalive.in
Saturday, December 6, 2025
23.1 C
Bhubaneswar

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ଟିମ୍‌ରେ ସ୍ଥାନ ପାଇଲେ ଏହି ୩ ଭାରତୀୟ

ଲଣ୍ଡନ: ବ୍ରିଟେନରେ ଥେରେସା ମେ ସରକାରର ବେକ୍‌ଜିଟ୍‌ ପରେ ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନ୍‌ଶନଙ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି ୩ ଜଣ ଭାରତୀୟ। ସେମାନଙ୍କ କାର୍ଯ୍ୟ ଦକ୍ଷତା ସେମାନଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ଏହି ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଆଉ ଜଣେ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତିଙ୍କ ଜ୍ଵାଇଁ ରିଷି ସୁନାକ ରହିଛନ୍ତି।

ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ଶନ ତାଙ୍କ ନୂଆ ଟିମ୍‌ ଗଠନ ଆରମ୍ଭ କରିଛନ୍ତି। ଟିମ୍‌ରେ ଭାରତୀୟ ଜନ୍ମିତ ମହିଳା ପ୍ରୀତି ପଟେଲଙ୍କୁ ଗୃହମନ୍ତ୍ରୀ ପଦବୀ ଭଳି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ପ୍ରଦାନ କରିଛନ୍ତି। ଗତ ବୁଧବାର ପ୍ରୀତି ପଟେଲ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ବ୍ରିଟେନର ଗୃହମନ୍ତ୍ରୀ ହେବାରେ ପ୍ରୀତି ହେଉଛନ୍ତି ପ୍ରଥମ ଭାରତୀୟ। ସେହିପରି କନିଷ୍ଠ ମନ୍ତ୍ରୀ ଆଲୋକ ଶର୍ମାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି। ତାଙ୍କୁ ଅନ୍ତର୍ଜାତୀୟ ଉନ୍ନୟନ ବିଭାଗ ମିଳିଛି। ଏହାବ୍ୟତୀତ ରିଷି ସୁନାକଙ୍କୁ ନୂଆ ଚାନ୍‌ସେଲର ସାଜିତ ଜାଭିଦଙ୍କ ଅଧୀନରେ ଟ୍ରେଜେରି ମୁଖ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ ସେ କନିଷ୍ଠ ମନ୍ତ୍ରୀ ମଧ୍ୟ ଅଛନ୍ତି। ହାମ୍ପସାୟାରରେ ଜନ୍ମିତ ୩୯ ବର୍ଷୀୟ ସୁନାକ୍‌ ୨୦୧୫ରୁ ୟର୍କସାୟାର, ରିଚ୍‌ମଣ୍ଡର ଏମପି ଭା​‌ବେ ନିର୍ବାଚିତ ହୋଇଆସିଛନ୍ତି।

- Advertisement -

ଉତ୍ତରପ୍ରଦେଶର ଆଗ୍ରାରେ ଜନ୍ମିତ ୫୧ ବର୍ଷୀୟ ଆଲୋକ ଶର୍ମା ୨୦୧୦ରୁ ରିଡିଂ ୱେଷ୍ଟର ଏମପି ଭାବେ ନିର୍ବାଚିତ ହୋଇଆସୁଛନ୍ତି। ଥେରେସା ମେ ସରକାରରେ ସେ ନିଯୁକ୍ତି ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ନିଟକରେ ହୋଇଥିବା କଞ୍ଜରଭେଟିଭ ଲିଡରଶିପ୍‌ ନିର୍ବାଚନରେ ସେ ଜନଶନଙ୍କର ଆଗଧାଡ଼ିର ସମର୍ଥକ ଥିଲେ। ବ୍ରିଟେନରେ ୧୫ ଲକ୍ଷ ଭାରତୀୟ ରହୁଥିବାବେଳେ ପ୍ରଥମ ଥର ପାଇଁ ଏକକାଳୀନ ୩ ଜଣ ଭାରତୀୟଙ୍କୁ ସରକାରରେ ମନ୍ତ୍ରୀପଦ ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories