www.samajalive.in
Saturday, December 13, 2025
14.1 C
Bhubaneswar

୩ ଗଞ୍ଜେଇ ମାଫିଆ ଗିରଫ, ଗଞ୍ଜେଇ ସମେତ ମାଉଜର ଏବଂ ଅଫୁଟା ଗୁଳି ଜବତ

କାଲିମେଳା : ମାଲକାନଗିରି ଜିଲା କାଲିମେଳା ପୋଲିସକୁ ମଙ୍ଗଳବାର ରାତିରେ ମିଳିଛି ବଡ ସଫଳତା। ପେଟ୍ରୋଂଲି କରୁଥିବା ସମୟରେ ଏକ କାର ଭିତରୁ ଗଞ୍ଜେଇ ସମେତ ୩ ଜଣ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ। ଗିରଫ କରି ସେମାନଙ୍କ ଠାରୁ ପିସ୍ତଲ ଓ ଅଫୁଟା ଗୁଳିକୁ ମଧ୍ୟ ଜବଦ କରାଯାଇଛି।

ସୂଚନା ମୁତାବକ, ଥାନା ଅଧିକାରୀ ଚନ୍ଦ୍ରଶେଖର ଶବରଙ୍କ ନିର୍ଦ୍ଧେଷରେ ଏସଆଇ ସମ୍ଭୁନାଥ ଦଳ ବେହେରା ଏଏସ୍ଆଇ ଗୋବିନ୍ଦ ପାତ୍ରଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀମାନେ ଗତକାଲି ରାତି ପ୍ରାୟ ୯ଟାରୁ ୧୨ଟା ମଧ୍ୟରେ କାଲିମେଳା ପଟେରୁ ମଧ୍ୟ ଭାଗରେ ପେଟ୍ରୋଲିଂ କରୁଥିବାବେଳେ ରାତି ପ୍ରାୟ ୧୦ଟା ସମୟରେ କାଙ୍ଗୁରୁକୋଣ୍ଡା ଛକ ନିକଟରୁ ଏକ ଧଳା ରଙ୍ଗର ମହିନ୍ଦ୍ରା ଏସୟୂଭି-୫୦୦ ସିଜି ୦୪କେଜେ-୦୦୦୧ ନାମକ କାର କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଅତି ଦ୍ରୁତ ଗତିରେ ଆସୁଥିବାବେଳେ ପୁଲିସ ସେହି ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା କିନ୍ତୁ ଗାଡିଟି ସେଠାରେ ନ ରହି ମଧ୍ୟ ଆଗକୁ ଖସି ପଳାଉଥିବା ସମୟରେ ପୁଲିସ ଗୋଡ଼ାଇ ଗୋଡ଼ାଇ ଉକ୍ତ କାରକୁ ଧରି ଯାଞ୍ଚ କରିଥିଲା। ପୁଲିସ କର୍ମଚାରୀମାନେ କାରଟିକୁ ତଲାସି କରିବା ପରେ କାର ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରି ପୁଲିସ ଉପରକୁ ଫାୟାର କରିବାକୁ ଚେଷ୍ଟା କରୁଥିବା ସମୟରେ ସେଥିରେ ସଫଳ ହୋଇନଥିଲେ। ଅଭିଯୁକ୍ତମାନେ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସହ ସେମାନଙ୍କ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି। ପରେ କାର ଭିତରେ ଥିବା ଛତିଶଗଡ ରାଜ୍ୟର ନକୁଲ ମାର୍କେଟ ଲାଇନ ଦାନ୍ତେୱାଡା ଅଞ୍ଚଳର ପ୍ରସନଜିତ ମଣ୍ଡଳ ମାଲକାନଗିରି ଥାନା ଅର୍ନ୍ତଗତ ପଦ୍ମଗିରି ଏମଭି-୮୩ ଗ୍ରାମର ଅନିଲ ନମଙ୍କ ପୁଅ ରମେଶ ନମ ଓ ଗୁରୁଚାନ୍ଦ ବାରୋଇଙ୍କ ପୁଅ ସୁକେଶ ବାରୋଇଙ୍କୁ ପୁଲିସ କର୍ମଚାରୀମାନେ କାବୁ କରି ଥାନାକୁ ନେଇଥିଲେ। ତଲାସି ପରେ ସେମାନଙ୍କ ଠାରୁ ବସ୍ତାରେ ଭର୍ତ୍ତିଥିବା ୨୨କେଜି ୬ଶହ ଗ୍ରାମ ଗଞ୍ଜେଇ, ଏକ କାର, ୫ଟି ମୋବାଇଲ, ଆମେରିକାରେ ନିର୍ମିତ ୧୦ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ସହ ନଗଦ ୧୫୦୦ ଶହ ଟଙ୍କାକୁ ଜବଦ କରାଯାଇଥିବା ଜଣାପଡିଛି। କିନ୍ତୁ ଗଞ୍ଜେଇ ଯୋଗାଉଥିବା ଅନ୍ୟ ଜଣେ ଅଭିଯୁକ୍ତ ମୋଟୁ ଥାନା ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ଏମପିଭି-୪୨ ଗ୍ରାମର ଜୟଦେବ ମାଲାକାର ଫେରାର ହୋଇଯାଇଛି। ପରେ ପୁଲିସ ଥାନା କେଶ ନଂ ୧୧୫/୧୯ରେ ଏକ ମାମଲା ରୁଜୁ କରିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିନକୁ ଦିନ କାଲିମେଳା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଳାଣ ବୃଦ୍ଧି ପାଉଥିବା ବେଳେ ଚାଲାଣ କରୁଥିବା ଗଞ୍ଜେଇ ମାଫିଆମାନେ ଅତ୍ୟାଧୁନିକ ମାରଣାସ୍ତ୍ର ବ୍ୟବହାର କରୁଥିବା ଯୋଗୁଁ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ଶୃଷ୍ଟି କରିଛି। ଏ ସମ୍ପର୍କରେ କାଲିମେଳା ଥାନା ଅଧିକାରୀ ଶ୍ରୀ ଶବରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆଗ ଅପେକ୍ଷା ଏବେ ଅଧିକ ସମୟ ପେଟ୍ରୋଂଲି କରାଯାଉଥିବା ବେଳେ ଗାଡି ମୋଟର ଯାଞ୍ଚ୍ କରାଯାଇଛି। ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରକାଶ କରିଛନ୍ତିା

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories