www.samajalive.in
Wednesday, December 10, 2025
18.1 C
Bhubaneswar

କ୍ଷମତାରୁ ବାହାରିବା ମାତ୍ରେ ମୁସଲମାନଙ୍କ ବଡ଼ ଭାଇ ହୋଇଯାଏ କଂଗ୍ରେସ: ଓୱେସି

ନୂଆଦିଲ୍ଳୀ : ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସି ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଆଇନ ଦୁରୁପଯୋଗ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ଓୱେସି ବୁଧବାର ଲୋକସଭାରେ କହିଛନ୍ତି ଯେ ଶାସନରୁ ବାହାରିବା ମାତ୍ରେ କଂଗ୍ରେସ ମୁସଲମାନଙ୍କ ବଡ଼ ଭୋଇ ହୋଇଯାଏ।

ଲୋକସଭାରେ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ସଂଶୋଧନ ବିଧେୟକ ୨୦୧୯ ଉପରେ ଚର୍ଚ୍ଚାରେ ଭାଗ ନେଇ ଓୱେସି କହିଛନ୍ତି ଯେ ୟୁଏପିଏ ଆଇନର ଦୁରୁପଯୋଗ ପାଇଁ କଂଗ୍ରେସ ଦାୟୀ। ଶାସନରେ ଥିବାବେଳେ କଂଗ୍ରେସ ପ୍ରଥମେ ସଂଶୋଧନ ବିଧେୟକ ଆଣିଥିଲା ଓ ସେତେବେଳ ମୁଁ ତାର ବିରୋଧ କରିଥିଲି। ସେତେବେଳେ କଂଗ୍ରେସ ରାଷ୍ଟ୍ର ହିତରେ ଏହି ବିଲ ସଂଶୋଧନ କରୁଥିବା କଥଶ କହିଥିଲା। କ୍ଷମତାରେ ଥିଲାବେଳେ କଂଗ୍ରେସର ଆଭିମୁଖ୍ୟ ଗୋଟିଏ ରହିଥାଏ ଓ କ୍ଷମତାରୁ ବାହାରିବା ପରେ ସେ ମୁସଲମାନଙ୍କ ବଡ଼ ଭାଇ ହୋଇଯାଇଥାଏ। କଂଗ୍ରେସକୁ ଆମ ଭଳି କଷ୍ଟ ସେତେବେଳେ ହେବ ଯେତେବେଳ ତାର କୌଣସି ବରିଷ୍ଠ ନେତାଙ୍କୁ ଏହି ଆଇନରେ ମାସେ ପର୍ଯ୍ୟନ୍ତ ତେଲ ହୋଇଯିବ। ଓୱେସିଙ୍କ ଅଭିଯୋଗର ବିରୋଧ କରି କଂଗ୍ରେସର ଗୌରବ ଗୋଗୋଇ ଏବଂ ଅନ୍ୟ କେତେକ ସଦସ୍ୟ ନିଜ ସ୍ଥାନରେ ଠିଆ ହୋଇଯାଇଥିଲେ। ଓୱେସି ଅପମାନଜନକ ଭାଷାର ବ୍ୟବହାର କରୁଛନ୍ତି, ତଣୁ ଏହାକୁ ରେକର୍ଡରୁ ହଟାଇବା ଆବଶ୍ୟକ ବୋଲି ଗୋଗୋଇ କହିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories