www.samajalive.in
Monday, December 8, 2025
24.1 C
Bhubaneswar

କାରଗିଲ୍ ଯୁଦ୍ଧ ସହ ଜଡ଼ିତ ମାଧୁରୀଙ୍କ ନାମ

ନୂଆଦିଲ୍ଲୀ : ୧୯୯୯ ମେ ମାସରୁ ଆରମ୍ଭ ହୋଇଥିବା କାରଗିଲ୍ ଯୁଦ୍ଧ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିଥିଲା। ଏହି ଯୁଦ୍ଧରେ ଆମ ଦେଶର ଅନେକ ଯବାନ ସହିଦ୍ ହୋଇଥିଲେ ମଧ୍ୟ ଭାରତ ବିଜୟ ଲାଭ କରିଥିଲା । ସେହି ଅନୁଯାୟୀ ବର୍ତ୍ତମାନ କାରଗିଲ୍ ବିଜୟ ସପ୍ତାହ ପାଳନ କରାଯାଉଛି । କାରଗିଲ୍ ଯୁଦ୍ଧ ସମୟରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ନେଇ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କର ଖୁବ୍ ଚର୍ଚ୍ଚା ହୋଇଥିଲା।

- Advertisement -

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବା ସମୟରେ ଭାରତୀୟ ସୈନ୍ୟମାନେ ମସ୍କୋ ଭେଲି ଉପରେ କବ୍‌ଜା କରିବା ପରେ ଉତ୍ସାହର ସହ ଆଗକୁ ମାଡି ଚାଲିଥିଲେ । ଏହି ସମୟରେ ପାକିସ୍ତାନର ବଙ୍କର ନିକଟରେ ଉଭୟ ପାକିସ୍ତାନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପାକିସ୍ତାନ ସୈନ୍ୟମାନେ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତଙ୍କୁ ମାଗିଥିଲେ । ସେମାନେ କହିଥିଲେ ଯେ ‘ଆମକୁ ମାଧୁରୀ ଦୀକ୍ଷିତ୍ ଦିଅ, ଆମେ ଚାଲି ଯିବୁ’ । ଭାରତୀୟ ଯବାନମାନେ ଏହାର କଡା ଜବାବ ମଧ୍ୟ ଦେଇଥିଲେ । ତତ୍କାଳୀନ ବାଟାଲିୟନ କ୍ୟାପଟେନ୍ ବିକ୍ରମ ବତ୍ରା ପାକିସ୍ତାନୀ ଯବାନଙ୍କ ଏଭଳି ଅସଭ୍ୟ ଭାଷାର ଜବାବ ଦେଇ ଗୁଳି ବର୍ଷଣ କରି କହିଥିଲେ ଯେ ‘ୱିଥ୍ ଲଭ୍ ଫ୍ରମ୍ ମାଧୁରୀ’ । କ୍ୟାପଟେନ୍ ବିକ୍ରମ ବତ୍ରାଙ୍କ ଏହି ଜବାବକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। କାରଗିଲ୍ ଯୁଦ୍ଧ ସମୟରେ ଏହି ଘଟଣାକୁ ଯବାନମାନେ ଭୁଲି ନାହାନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories