www.samajalive.in
Saturday, December 13, 2025
14.1 C
Bhubaneswar

କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଦ୍ୱାରା ମଧ୍ୟସ୍ଥତାର ପ୍ରଶ୍ନ ଉଠୁ ନାହିଁ : ରାଜନାଥ

ନୂଆଦିଲ୍ଲୀ : କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷଦ୍ୱାରା ମଧ୍ୟସ୍ଥତାର ପ୍ରଶ୍ନ ଉଠୁ ନାହିଁ, କାରଣ ଏହା ଶିମ୍‍ଳା
ରାଜିନାମାକୁ ଲଙ୍ଘନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ବୁଧବାର ଶୂନ୍ୟକାଳରେ ଲୋକସଭାରେ ବିବୃତ୍ତି ଦେଇ ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ଙ୍କ ମଧ୍ୟରେ ଗତ ମାସରେ ଜାପାନ୍‍ର ଓସାକାଠାରେ ଆଲୋଚନା ସମୟରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇ ନ ଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ଗୃହରେ ସ୍ପଷ୍ଟୀକରଣ ଦେଇସାରିଛନ୍ତି। ସେ କହିଛନ୍ତି, ଶ୍ରୀ ଟ୍ରମ୍ପ୍‍ ଓ ଶ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ସମୟରେ ଶ୍ରୀ ଜୟଶଙ୍କର ସେଠାରେ ଉପସ୍ଥିତ ଥିଲେ।
ଶ୍ରୀ ସିଂହ କହିଛନ୍ତି, ପାକିସ୍ତାନ ସହ ଯେତେବେଳେ କଥାବାର୍ତ୍ତା କରାଯିବ, କେବଳ କାଶ୍ମୀର ପ୍ରସଙ୍ଗ ନୁହେଁ, ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରସଙ୍ଗ ମଧ୍ୟ ଏଥିରେ ସ୍ଥାନ ପାଇବ । ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ଅଂଶଗ୍ରହଣକୁ ଅନୁମତି ଦେବା ଜାତୀୟ ଗୌରବର ଲଙ୍ଘନ କରିବ। ତେବେ କଂଗ୍ରେସ ନେତୃତ୍ୱରେ ବିରୋଧି ଦଳମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି ପୂର୍ବରୁ ଗୃହ ପରିତ୍ୟାଗ କରି ଚାଲିଯାଇଥିଲେ । ପ୍ରଶ୍ନକାଳ ସମୟରେ ଲୋକସଭାରେ ବିରୋଧି ଦଳ ସଦସ୍ୟ ମାନଙ୍କଦ୍ୱାରା ପ୍ରବଳ ପାଟିତୁଣ୍ଡ ହୋଇଥିଲା ଓ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିବୃତ୍ତି ଦିଅନ୍ତୁ ବୋଲି ସେମାନେ ଦାବି କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories