ମୋହନା : ଗଜପତି ଜଲା ଅଡବା ଥାନା ଅନ୍ତର୍ଗତ ଅନ୍ଧାରି ଘାଟି ନିକଟ ଏକ ବୁଲାଣୀରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨ ଜଣ ଗୁରୁତର ହୋଇଥିବା ଜଣା ପଡିଛି। କୌଣସି କାର୍ଯ୍ୟ ନେଇ ଗୋଟିଏ ବାଇକରେ ୩ ଜଣ ଆରୋହୀ ଅଡବା ଆସି ନିଜ ଗ୍ରାମକୁ ଦ୍ରୁତ ବେଗରେ ଗାଡି ଚଳାଇ ଫେରୁଥିବା ବେଳେ ଅନ୍ଧାରିଘାଟି ନିକଟରେ ରହିଥିବା ଏକ ସିମେଣ୍ଟ ପିଲରକୁ ଭାରସାମ୍ୟ ହରାଇ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବ୍ରାହ୍ମଣି ଗାଁ ଥାନା ଅନ୍ତର୍ଗତ ସଲବା ଗ୍ରାମର ବାଇକ ଚାଳକ ବାବୁଲା ମଲ୍ଲିକ ଘଟଣସ୍ଥଳରେ ମୃତ୍ୟ ଘଟିଥିବା ବେଳେ ଆରୋହୀ ବ୍ରାହ୍ମଣି ଗାଁର ରାମଲାଡା ନାୟକ ଓ ମିଞ୍ଜାପଙ୍କା ଗ୍ରାମର ଦେବରାଜ ମଲ୍ଲିକ ଗୁରୁତର ଅବସ୍ଥାରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ବ୍ରହ୍ମପୁର ଡ଼ାକ୍ତରଖାନା ପଠାଯାଇଥବା ଜଣାପଡିଛି।
Popular Categories



