www.samajalive.in
Wednesday, December 10, 2025
23.1 C
Bhubaneswar

ଭିଡ଼ ହିଂସାକୁ ନେଇ ଚଳଚ୍ଚିତ୍ର ଜଗତରେ ଉଦବେଗ, ପ୍ରଧାନମନ୍ତ୍ରୀଙ୍କୁ ଚିଠି​‌

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଭିଡ଼ ହିଂସାକୁ ନେଇ ଚଳଚ୍ଚିତ୍ର ଜଗତରେ ଉଦବେଗ ପ୍ରକାଶ ପାଇଛି। ଏହାକୁ ରୋକିବା ଲାଗି ୪୯ ଜଣ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ଭିଡ଼ ହିଂସା ଦ୍ବାରା ଘଟୁଥିବା ଅପରାଧକୁ ନେଇ ସେମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖାଯାଇଥିବା ଚିଠିରେ ମଣିରତ୍ନମ, ଅଦୁର ଗୋପାଳକୃଷ୍ଣନ, ରାମଚନ୍ଦ୍ର ଗୁହା, ଅନୁରାଗ କଶ୍ୟପଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ହସ୍ତାକ୍ଷର ରହିଛି। ସେମାନେ ମୋଦୀଙ୍କୁ ଏପରି ଏକ ବାତାବରଣ ସୃଷ୍ଟି କରିବାକୁ ଦାବି କରିଛନ୍ତି, ଯେଉଁଠି ଅସନ୍ତୋଷକୁ ଚପାଇ ଦିଆଯିବ ନାହିଁ ଏବଂ ଦେଶ ଏକ ମଜଭୁତ ରାଷ୍ଟ୍ର ହୋଇପାରିବ। ଚିଠିରେ ଆହୁରି ଲେଖାଯାଇଛି ଯେ, ଦୁଃଖର କଥା ଯେ, ଜୟ ଶ୍ରୀରାମ ଆଜି ଏକ କ୍ରୋଧ ଉଦ୍ଦୀପକ ଯୁଦ୍ଧରେ ପରିଣତ ହୋଇଛି। ରାମ ବହୁସଂଖ୍ୟକ ସମୁଦାୟଙ୍କ ପାଇଁ ପବିତ୍ର ଅଟନ୍ତି। ଭିଡ଼ ହିଂସା ଅତ୍ୟାଚାରର ୮୪୦ ଘଟଣା ଦଳିତମାନଙ୍କ ବିରୋଧରେ ହୋଇଛି। ପ୍ରିୟ ପ୍ରଧାନମନ୍ତ୍ରୀ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଚିଠିରେ ପ୍ରଶ୍ନ କରାଯାଇଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories