ଅଦିନିଆ ବର୍ଷାରେ ୬ଟି ଜିଲ୍ଲାରେ କ୍ଷତିଗ୍ରସ୍ତ; ଏସଆରସି

0

ଭୁବନେଶ୍ୱର: ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଧାନ ଫସଲ ନଷ୍ଟ ହେବା ସହ ୩ ଜଣଙ୍କ ମୃତ୍ୟୁ ଘଟିଛି । ଝଡ ତୋଫାନରେ ଗଛ ପଡ଼ି ବାଲେଶ୍ୱର ଓ ବରଗଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜରେ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏନେଇ ଆଜି ଡେପୁଟି ଏସଆରସି ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଘର ଭଙ୍ଗା ସହାୟତା ବାବଦରେ ୫ ଲକ୍ଷ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି ବେଳେ ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେଲେ ସହାୟତା ଦିଆଯିବ । ଏନେଇ ତୁରନ୍ତ ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏସଆରସି ପ୍ରଭାତ ମହାପାତ୍ର କହିଛନ୍ତି ।

Leave A Reply