nua o banner

୫ ଦିନ ହେଲା ମିଳୁନି ପାଣି, ବାଲଟି-ମାଠିଆ ଧରି ଲୋକଙ୍କ ରାସ୍ତା ଅବରୋଧ

BSKY banner  750×100

ବ୍ରହ୍ମପୁର: ବ୍ରହ୍ମପୁର ସହରର ୧୦ରୁ ଅଧିକ ଅଞ୍ଚଳରେ ଆଜକୁ ୫ ଦିନ ହେବ ପିଇବା ପାଣି ମିଳୁନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ଲୋକମାନେ ବାଲଟି, ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି।
ବ୍ରହ୍ମପୁରର ଗଜପତି ନଗର, ଗୋଇଲୁଣ୍ଡି, ନୂଆ ବସଷ୍ଟାଣ୍ଡ, ଭିଆଇପି କଲୋନୀ ଭଳି ଅନେକ ସ୍ଥାନରେ ୫ ଦିନ ହେବ ପିଇବା ପାଣି ଆସୁନାହିଁ । ଲୋକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜନସ୍ୱାସ୍ଥ୍ୟ ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ଗଜପତିନଗର ୬ ଲେନ୍ ବାସିନ୍ଦା ବାଲଟି, ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରାଯିବାର ପାଇପ ଲାଇନ କାର୍ୟ୍ୟ ଚାଲୁଥିବାରୁ ଏଭଳି ସମସ୍ୟା ଉପୁଜିଥିବା ସୂଚନା ମିଳିଛି।

Comments are closed.