www.samajalive.in
Saturday, December 13, 2025
21.1 C
Bhubaneswar

ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା ପାଇଁ ଶେଷ ପ୍ରଯ୍ୟାୟରେ ପ୍ରସ୍ତୁତି 

ଆରଡି : ବାବା ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ଆସନ୍ତା ୨୨ ଅର୍ଥାତ ସୋମବାରରୁ ଆରମ୍ଭ ହେବ। ଏଥିପାଇଁ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପ୍ରଯ୍ୟାୟରେ ପହଁଞ୍ଚିିଛି। ବିଶେଷକରି ଅଗଣିତ କାଉଁଡି ଭକ୍ତମାନେ ଯେପରି ସୁଚାର ରୂପେ ମଣିବାବାଙ୍କ ନିକଟରେ ଜଳ ଲାଗି କରିବେ ସେଥିପାଇଁ ଶୁକ୍ରବାର ଭଦ୍ରକ ଉପ ଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତ, ଧୁଷୁରୀଥାନା ଅଧିକାରୀ ପ୍ରଫୁଲକୁମାର ସିଂ, ଆରଡି ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ, ଆରଡି ଆର.ଆଇ ଦେବାଷିଶ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ସହ କାଉଡିଆମାନଙ୍କ ରହଣି ନିମନ୍ତେ ଅସ୍ଥାୟୀ ଟେଣ୍ଡ ଓ ବ୍ୟାରିକେଡ ସର୍ମ୍ପକରେ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ତାହାସହ ପୀଠରେ ଚଳିତ ବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ କାଉଁଡିଆ ଭକ୍ତମାନଙ୍କ ଜଳ ଲାଗି ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯିବ ବୋଲି ଆରଡି ଫାଣ୍ଡି ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଥିଲେ। ତାହାସହ ଜଳପଥ ଦେଇ ଆସୁଥିବା କାଉଁଡିଆମାନଙ୍କ ପାଇଁ ପୀଠରେ ଥିବା ୩ଟି ନଦୀଘାଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହିତ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ମୃତୟନ ରହିବେ ବୋଲି ଟ୍ରଷ୍ଟି ଶ୍ରୀ ସାମଲ ପ୍ରକାଶ କରିଥିଲେ। ସେହିପରି ସ୍ଥଳପଥ ଦେଇ ଆସୁଥିବା କାଉଁଡିଆମାନଙ୍କ ପାଇଁ ବିଭିନ୍ନ ଛକରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହିତ ବସ ଓ ଛୋଟ ଗାଡିରେ ଯେପରି ଭକ୍ତମାନେ ଓଭରଲୋଡିଂ ନହେବ ସେଥିପାଇଁ କଡା ନଜର ରଖାଯିବ ବୋଲି ଧୁଷୁରୀ ଥାନା ଅଧିକାରୀ ଶ୍ରୀ ସିଂ ପ୍ରକାଶ କରିଥିଲେ। ଏହି ସମୀକ୍ଷା ବୈଠକରେ ସେବାୟତ ଇଂ ସରୋଜ ପାଢୀ, ମୀନକେତନ ପାଢୀ, ସୁବାଷ ପାଢୀ, ବଙ୍କିମ ପାଢୀ, ନାରାୟଣ ପଣ୍ଡାଙ୍କ ସହ ବହୁ ସେବାୟତ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories