ଆଞ୍ଚଳିକ
– ସରକାରୀ ଯୋଜନା ଅର୍ଥ ହଡପ ଅଭିଯୋଗରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ପଞ୍ଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ମଲ୍ଲିକ ନିଲମ୍ବିତ
– ଚିକିତ୍ସାରେ ଅବହେଳାରୁ ସୋର ଡାକ୍ତରଖାନାରେ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ଗୁରୁତର ମା’କୁ ବାଲେଶ୍ଵର ଡାକ୍ତାରଖାନା ସ୍ଥାନାନ୍ତର
– ଦିଲ୍ଲୀରୁ ଅଳଙ୍କାର ଚୋରି ଅଭିଯୋଗରେ ସୋର ଥାନା ଅନ୍ତର୍ଗତ ରଘୁନାଥପୁରରୁ କରୁଣାକର ଦାସ ଗିରଫ
– ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ନକଲି ମୋବିଲ କାରଖାନା ଠାବ,୨ ଗିରଫ
– ଭଦ୍ରକ ବମୁକୁରା ପଞ୍ଚାୟତ ଦେଉଳଡିହ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ୬ଟି ଗୋରୁ ଜୀବନ୍ତ ଦଗ୍ଧ
– ସମ୍ବଲପୁର ଓ ବାଲେଶ୍ୱରରେ ଡପଲର୍ ରାଡାର ସ୍ଥାପନ କରିବେ ପାଇଁ ରାଜ୍ୟ ସରକାର
– ମାଲକାନଗିରିରେ ପୁଅ ଭଳି ବାପାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଲେ ଦୁଇ ଝିଅ
ଜାତୀୟ
– ଅରୁଣାଚଳପ୍ରଦେଶ, ଆସାମ ଏବଂ ନାଗାଲାଣ୍ଡର କେତେକ ସ୍ଥାନରେ ୫.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଝଟକା ଅନୁଭୂତ
– ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ଦୁଇଟି ଅଲଗା ଟ୍ରେନ୍ ଚଳାଇବା ଲାଗି ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମ୍ପର୍କୀୟ ଭାଇ ସଜାଦ ମୁଫତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
– ୨୬/୧୧ ମୁମ୍ବଇ ଆକ୍ରମଣ ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଗିରଫ କିନ୍ତୁ ପାକିସ୍ତାନ ଯୋଗାଇ ଦେଉଛି ଭିଆଇପି ଆତିଥ୍ୟ
– ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କୁ ରାମପୁର ଜିଲା ପ୍ରଶାସନ ଘୋଷଣା କଲା ଭୂ-ମାଫିଆ
– ଟିକଟକ୍ ଆପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭିଡିଓ ଅପଲୋଡ଼ ଅଭିଯୋଗରେ ବିବାଦୀୟ ଅଭିନେତା ଏଜାଜ ଖାନ ଗିରଫ
– ଧାରାବାହିକ ‘ସଙ୍କଟମୋଚନ ହନୁମାନ’ର ଶିଶୁ କଳାକାର ଶିବଲେଖ ସିଂହ (୧୪)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ
– ଇସଲାମିକ୍ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍ଙ୍କଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ମନ୍ସୁନ୍ ଖାନ୍ ଗିରଫ
ଆନ୍ତର୍ଜାତିକ
– ମଶା ପ୍ରଜାତିକୁ ସମୂଳେ ନଷ୍ଟ କରିବା ପାଇଁ ଚୀନ ବୈଜ୍ଞାନିକମାନେ ବାହାର କଲେ ନୂଆ କୌଶଳ



