ଜାଣନ୍ତୁ, ବର୍ଷାଦିନେ କେମିତି ନେବେ କେଶର ଯତ୍ନ
ବର୍ଷାଦିନେ କେଶର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ନଚେତ୍ କେଶ ଜନିତ ଅନେକ ସମସ୍ୟା ଦେଖାଦେବା ସହ କେଶ ନଷ୍ଟ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନରେ କେମିତି ନେବେ କେଶର ଯତ୍ନ –
-ଏହି ଋତୁରେ କେଶ ମୂଳ ଶୁଷ୍କ ବା ଶୁଖିଲା ରଖିବା ଉଚିତ।
-ଯଦି ବର୍ଷାରେ କେଶ ଓଦା ହୋଇଯାଇଛି ତେବେ ତାକୁ ଶୁଖାଇ ଦିଅନ୍ତୁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ। ନଚେତ୍ ଏହାଦ୍ୱାରା ଫଙ୍ଗାଲ ଇନ୍ଫେକ୍ସନ୍ ହେବାର ଆଶଙ୍କା ରହିଛି।
-ଯଦି କେଶ ଓଦା ହୋଇଛି ତେବେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କାହିଁକି ନା ବର୍ଷାପାଣିରେ ଏସିଡ୍ ଥାଏ। ଯାହା କେଶକୁ ଖରାପ୍ କରିପାରେ।
-ସପ୍ତାହରେ ଦୁଇ ତିନିଥର ନିଶ୍ଚିତ ମୁଣ୍ଡ ସଫା କରନ୍ତୁ।
-ମୁଣ୍ଡ ସଫା କରିବା ପୂର୍ବରୁ ତେଲ ନିଶ୍ଚିତ ଭାବେ ଲଗାନ୍ତୁ।
-ନଖ ଉଷୁମ ତେଲରେ କେଶ ମୂଳକୁ ଭଲଭାବେ ମାଲିସ କରନ୍ତୁ।
-କେଶକୁ ପ୍ରାକୃତିକ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।
-ଓଦା କେଶକୁ କୁଣ୍ଡାନ୍ତୁ ନାହିଁ।
-ବଡ଼ ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ଛିଡ଼ିବ ନାହିଁ।
-ବହୁତ ଜୋର୍ରେ ରଗଡ଼ି ରଗଡ଼ି କେଶକୁ ପୋଛନ୍ତୁ ନାହିଁ।
-ଭିଟାମିନ୍-ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ।
-କେମିକାଲ୍ ଯୁକ୍ତ ସାମଗ୍ରୀର ଅଧିକ ବ୍ୟବହାର କରନ୍ତୁ ନାହିଁ।
Comments are closed.