www.samajalive.in
Saturday, December 13, 2025
26.1 C
Bhubaneswar

କର୍ଣ୍ଣାଟକ ଭବିଷ୍ୟତ – ନିଷ୍ପତ୍ତି ଆଜି

କର୍ଣ୍ଣାଟକ: ଦୀର୍ଘ ଦିନ ହେବ କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଲାଗିରହିଥିବା ବେଳେ, ଗୁରୁବାର ବିଧାନସଭାରେ ସମାଧାନର ସୂତ୍ର ବାହାରିବା ବୋଲି ଯେଉଁ ଆଶା କରାଯାଉଥିଲା ତାହା ପୁଣି ଶୁକ୍ରବାରକୁ ସ୍ଥଗିତ ରହିଲା। ଯଦିଓ ଶୁକ୍ରବାର ଆସ୍ଥା ଭୋଟ ଲୋଡି ବାଚସ୍ପତି କୌଣସି ନିର୍ଣ୍ଣୟରେ ପହଞ୍ଚି ପାରନ୍ତି କିନ୍ତୁ ଆଲୋଚନା ଜାରୀ ରହିଲେ ତାହା ମଧ୍ୟ ବିଳମ୍ବିତ ହେବାର ସମ୍ଭାବନା ରହିଛି।

ଗୁରୁବାର କର୍ଣ୍ଣାଟକରେ ଶାସକ ଜେ.ଡି.ଏସ୍‍.-କଂଗ୍ରେସ ମେଣ୍ଟ ସରକାର ଆସ୍ଥାସୂଚକ ଭୋଟ୍‍ ଲୋଡ଼ାଯିବାକୁ ସ୍ଥଗିତ ରଖିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଆସ୍ଥାସୂଚକ ଭୋଟ୍‍ ପ୍ରସ୍ତାବ ଆଗତ ସମୟରେ କଂଗ୍ରେସ୍‍ ବିଧାୟକ ଦଳ ନେତା ସିଦ୍ଧରମୟା ଏକ ବୈଧାନିକ ପ୍ରଶ୍ନ ଉତ୍‍ଥାପନ କରି ଆସ୍ଥାସୂଚକ ଭୋଟ୍‍ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, ବିଦ୍ରୋହୀ ବିଧାୟକମାନଙ୍କ ଆବେଦନ ଉପରେ ସୁପ୍ରିମ୍‍କୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶରେ ସ୍ପଷ୍ଟତା ନ ଥିବାରୁ ଆସ୍ଥାସୂଚକ ଭୋଟ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବା ଉଚିତ। ସେହି ବୈଧାନିକ ପ୍ରଶ୍ନ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହେବା ପରେ ବାଚସ୍ପତି ସଭାକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସେହି ସମୟ ମଧ୍ୟରେ ବି.ଜେ.ପି. ନେତା ସି.ଟି. ରବି କହିଥିଲେ, ଗୁରୁବାର ଆସ୍ଥାସୂଚକ ଭୋଟ୍‍ ନିଆଯିବାର ସମ୍ଭାବନା ବହୁତ କମ୍‍। ସେ କହିଥିଲେ, ମେଣ୍ଟର ଅଂଶୀଦାର ଦଳମାନେ ଏଥିରେ ବିଳମ୍ବ ପାଇଁ ପ୍ରଚେଷ୍ଟା କରୁଛନ୍ତି।

- Advertisement -

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଥିଲେ, କଂଗ୍ରେସ-ଜେ.ଡି.ଏସ୍‍. ମେଣ୍ଟ ସରକାରଙ୍କ ପାଖରେ ଯଦିଓ ସଂଖ୍ୟାଗରିଷ୍ଠ ସଦସ୍ୟ ନାହାନ୍ତି, ତଥାପି ଆସ୍ଥାସୂଚକ ଭୋଟ୍‍ ଲୋଡ଼ାଯିବା ପ୍ରକ୍ରିୟାରେ ସେମାନେ ବିଳମ୍ବ ଘଟିବାକୁ ଚାହୁଛନ୍ତି। ବି.ଜେ.ପି. ନେତା ଜଗଦୀଶ ସେଟର୍‍ କହିଥିଲେ, ଅନ୍ୟ କୌଣସି ବିଷୟ ଉପରେ ଆଲୋଚନା ନ କରି ଆସ୍ଥାସୂଚକ ଭୋଟ୍‍ ପ୍ରକ୍ରିୟାରେ ଆଗକୁ ବଢିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେବାକୁ ସେମାନେ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆସ୍ଥାସୂଚକ ଭୋଟ୍‍ ପ୍ରସ୍ତାବ ସମୟରେ ଜଳସମ୍ପଦ ମନ୍ତ୍ରୀ ବି.କେ. ଶିବକୁମାର କଗୱାର୍ଡ଼ କଂଗ୍ରେସ ବିଧାୟକ ଶ୍ରୀମନ୍ତ ପାଟିଲ୍‍ଙ୍କୁ ଜୋର୍‍ ଜବରଦସ୍ତ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଭିଯୋଗ କରିଥିଲେ। ସେ ବିଧାନସଭା କାର୍ଯ୍ୟଧାରାରେ ଯୋଗ ଦେଇ ନ ପାରିବାପାଇଁ ଏଭଳି କରାଯାଇଥିବାର ସେ ଅଭିଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories