ଆସାମ ବିହାରରେ ବନ୍ୟା: ୧୦୪ ମୃତ

ପାଟନା/ଗୁଆହାଟି : ଆସାମ ଓ ବିହାରରେ ଦେଖାଯାଇଥିବା ବନ୍ୟାରେ ଗୁରୁବାର ସୁଦ୍ଧା ୧୦୪ଜଣଙ୍କର ମୃତ୍ୟୁ ହେଲାଣି। ଆସାମରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରରେ ୬୭ଜଣଙ୍କର ମୃତ୍ୟୁ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମ୍‌ଏ)ର କହିବା ଅନୁଯାୟୀ ବନ୍ୟାରେ ରାଜ୍ୟର ୨୮ଟି ଜିଲାର ୪୧୨୮ ଗ୍ରାମର ୫୩ଲକ୍ଷ ୫୨ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କୁ ଆଶ୍ରୟ ପାଇଁ ୪୨୭ ରିଲିଫ ଶିବିର ଖୋଲାଯାଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ଅଞ୍ଚଳ ବନ୍ୟାରେ ବୁଡି ଯାଇଛି। ସେହିପରି ବିହାରର ୧୨ଟି ଜିଲାର ୮୩୧ ପଞ୍ଚାୟତର ୪୬.୮୩ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

kalyan agarbati

Comments are closed.