ଟିକ୍‌ଟକ୍‌ ଓ ହେଲୋ ଆପ୍‌ କୁ ନିଷେଧ ଘୋଷଣା କରିପାରନ୍ତି ସରକାର

ନୂଆଦିଲ୍ଲୀ – ଟିକ୍‌ଟକ୍‌ ଓ ଏପରି କିଛି ଆପ୍‌ରେ ଦେଶ ବିରୋଧି ସନ୍ଦେଶ ଦିଆଯାଉଥିବା କଥା ଆର୍‌ଏସ୍‌ଏସ୍‌ ଓ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏବିଷୟରେ ଆର୍‌ଏସ୍ଏସ୍‌ ପକ୍ଷରୁ ଅଭିଯୋଗ ଦିଆଯାଇଥିବା ନେଟଓ୍ୱର୍କ ୧୮ରେ ଏକ ଖବର ପ୍ରକାଶିତ ହୋଇଛି । ଏହାପରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଟିକ୍‌ଟକ୍‌ ଓ ହେଲୋ ଆପ୍‌କୁ ନୋଟିସ୍‌ ଜାରି କରାଯାଇଛି ।

ଏହି ନୋଟିସ୍‌ରେ ଟିକ୍‌ଟକ୍‌ ଓ ହେଲୋକୁ ୨୧ ଟି ପ୍ରଶ୍ନ ପଚରା ଯାଇଛି। ଏହାର ସନ୍ତୋଷ ଜନକ ଉତ୍ତର ନ ମିଳିଲେ ସମ୍ପୃକ୍ତ ଆପ୍‌କୁ ନିଷେଧ କରାଯିବ ବୋଲି ଉଲ୍ଲେଖ ରହିଛି ।

prayash

ଏ ବିଷୟରେ ଟିକ୍‌ଟକ୍‌ ଓ ହେଲୋ ଏକ ସଂଯୁକ୍ତ ସୂଚନା ଦେଇଛନ୍ତି । ଆସନ୍ତା ତିନି ବର୍ଷ ମଧ୍ୟର ଏମାନେ ୬୫୦୦ କୋଟି ଟଙ୍କା ନିବେଶ କରିବେ। ସୂଚନା ଓ ପ୍ରଯୁକ୍ତିର ଉନ୍ନତି ପାଇଁ ଏହି ଟଙ୍କା ବିନିଯୋଗ କରାଯିବ ।

ସରକାର ଏହି ଆପ୍‌ର କର୍ତ୍ତୃପକ୍ଷଙ୍କୁ ଦେଇଥିବା ନୋଟିସ୍‌ରେ ଆପ୍‌ରେ ଦେଶ ବିରୋଧି ଗତିବିଧି ରୋକିବା ପାଇଁ କଅଣ ପଦକ୍ଷେପ ଗ୍ରହଣ କରୁଛ ବୋଲି କହିଛନ୍ତି । ଲୋକମାନଙ୍କର ତଥ୍ୟର ଗୋପନୀୟତା ରକ୍ଷା ପାଇଁ କଅଣ ପଦକ୍ଷେପ ଗ୍ରହଣ କରିଛ ବୋଲି ପ୍ରଶ୍ନ ପଚାରିଛନ୍ତି ।

kalyan agarbati

Comments are closed.