ପ୍ଲେ ଷ୍ଟୋରରୁ ୭ଟି ଆପ୍‌ ହଟାଇଲା ଗୁଗୁଲ୍‌ , ଜାଣନ୍ତୁ କାରଣ

ନ୍ୟୁୟର୍କ .- ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ୭ଟି ଆପ୍‌କୁ ହଟାଇ ଦେଇଛି । ଏହି ଆପ୍‌ ଗୁଡିକ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା । ଏହି ଆପ୍‌ ଗୁଡିକ ବ୍ୟବହାରକାରୀଙ୍କର ଏସ୍‌ଏମ୍‌ଏସ୍‌, କଣ୍ଟାକ୍ଟ , କଲ୍‌ ହିଷ୍ଟ୍ରିରୁ ତଥ୍ୟ ଚୋରି କରୁଥିଲେ । ଏକ ଆଣ୍ଟି ଭାଇରସ୍‌ କମ୍ପାନୀ ଦ୍ୱାରା ଏ ସବୁର ଯାଞ୍ଚ କରାଯାଇଥିଲା ।
ଋଷ୍‌ର କେତକ ଡେଭଲପର୍‌ ସ୍ପାଏ ଟ୍ରାକର ଓ ଏସ୍‌ଏମ୍‌ଏସ୍‌ ଟ୍ରାକର ନାମକ ଦୁଇଟି ଆପ୍‌ ଆଣ୍ଡ୍ରଏଡ୍‌ ପ୍ଲେ ଷ୍ଟୋର ପାଇଁ ତିଆରି କରାଯାଇଥିଲା । ଏକ ଲକ୍ଷ୍ୟ ୩୦ ହଜାର ବ୍ୟବହାରକାରୀ ଏହାକୁ ବ୍ୟବହାର କରୁଥିଲେ । ଆଣ୍ଟି ଭାଇରସ୍‌ କମ୍ପାନୀ ଆଭାଷ୍ଟ ଏହି ସୂଚନା ଗୁଗୁଲ୍‌କୁ ଦେବା ପରେ ଗୁଗୁଲ୍ ଏହି ଆପ୍‌ ଗୁଡିକୁ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ।
ଏପ୍ରିଲ ମାସରେ ଋଷ୍‌ର ସାଇବର୍‌ ସିକୁରିଟ୍‌ କମ୍ପାନୀ କାସ୍‌ପର୍‌ସ୍କାଏ ଲାବ୍‌ ଷ୍ଟାଲକେରଓ୍ୱାର୍‌କୁ ଏକ ବିପଦ ପୂର୍ଣ୍ଣ ଫ୍‌ ବୋଲି ସୂଚନା ଦେଇଥିଲା । ଏହାକୁ ୫୮ ହଜାର ବ୍ୟବହାରକାରୀ ବ୍ୟବହାର କରିଛନ୍ତି ।

kalyan agarbati

Comments are closed.