www.samajalive.in
Friday, December 12, 2025
26.1 C
Bhubaneswar

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିବା ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ଜିଲାର ଅନେକ ବିଦ୍ୟାଳୟରେ ଗତ ସପ୍ତାହରେ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲାର କେବଳ ଏରସମା ବ୍ଲକରେ ଗତକାଲି ୧୯ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇନଥିବା ବେଳେ ଗୁରୁବାର ଏରସମା ବ୍ଲକର ୨୯ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇନଥିବା ଜଣାପଡିଛି। ୨୯ଟି ବିଦ୍ୟାଳୟର ଗୁରୁବାର ୧୭୨୫ଜଣ କୋମଳମତୀ ପିଲା ଭୋକିଲା ପେଟରେ ବିଦ୍ୟାଳୟରେ ପାଠପଢିଥିବା ଜଣାପଡିଛି। ପ୍ରଶାସନ ଜଣେ ଦୁର୍ନୀତିଗ୍ରସ୍ତ ଚାଉଳ ଯୋଗାଣକାରୀଙ୍କୁ ଜିଲାର ବିଭିନ୍ନ ବ୍ଲକରେ ଦାୟିତ୍ୱ ଦେଇଥିବା ଯୋଗୁଁ ଅନେକ ଦିନ ଚାଉଳ ନଦେଇ ହଡପ କରିଥିବା ଜଣାପଡିଛି। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଚାଉଳ ନଦେଇ ମାସ ଶେଷରେ ଚାଉଳ ଯୋଗାଣ କରି ଅଭିନବ ଉପାୟରେ ଠକି ଚାଲିଛନ୍ତି। ସବୁଠାରୁ ରୋଚକ ତଥ୍ୟା ଅନୁସାରେ, ଗତ ଏପ୍ରିଲ ମାସ ୧ତାରିଖରୁ୨୧ତାରିଖ ପର୍ୟ୍ୟନ୍ତ ବିଦ୍ୟାଳୟ ଖୋଲା ଥିବା ବେଳେ ଏହି ୨୨ଦିନର ଚାଉଳ ଯୋଗାଣ ନକରି ଏରସମା ବ୍ଲକର ୨୨୧ଟି ବିଦ୍ୟାଳୟର ପାଖାପାଖି ୪ଶହ କୁଇଣ୍ଟାଲ ଚାଉଳ ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ପର୍ୟ୍ୟନ୍ତ ସମସ୍ତ ସିଷ୍ଟମ ଚାଉଳ ଯୋଗାଣକାରୀଙ୍କ ସହ ହାତ ମିଳାଇ କୋମଳମତୀ ପିଲାଙ୍କ ଖାଦ୍ୟ ହଡପ କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories