ଫୋନ୍ରେ ଗପିବା ହେଲା କାଳ, ତୃତୀୟ ମହଲାରୁ ଖସି ଯୁବକ ମୃତ
ନୂଆଦିଲ୍ଲୀ .- ଫୋନ୍ରେ ଗପିବା ସମୟରେ ଅନ୍ୟମନସ୍କ ହେବାରୁ ଜଣେ ଯୁବକଙ୍କର ଜୀବନ ଯାଇଛି । ଜିତେନ୍ଦ୍ର କୁମାର ନାମକ ଏହି ବ୍ୟକ୍ତି ଜଣଙ୍କର ରୋଷୟା ଭାବେ କାମ କରୁଥିଲେ । ସେ ଏକ ମିଠା ଦୋକାନରେ କାମ କରୁଥିଲେ । ମାତ୍ର ମାସକ ପୂର୍ବରୁ ଏହି ଯୁବକଙ୍କର ବିବାହ ହୋଇଥିଲା । ଫୋନ୍ରେ ଗପିବା ସମୟରେ ସେ ତିନି ମହଲା ଉପରୁ ଅନ୍ୟମନସ୍କ ହୋଇ ଖସି ପଡିଥିଲା ।
ପୁଲିସ ଖବର ପାଇବା ପରେ ଏହି ଘଟଣାର ତଦନ୍ତ କରିବା ପାଇଁ ପହଞ୍ଚିଷିଲା । ଅପରାହ୍ନ ୪ଟା ୩୦ ସମୟରେ ଜିତେନ୍ଦ୍ର ଫୋନ୍ରେ ଗପୁଥିଲା । ଏହି ସମୟରେ ସେ ଖସିପଡୁଥିବ ସ୍ଥାନୀୟ ଲୋକ ଦେଖିଥିଲେ । ତଳେ ପଡିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
Comments are closed.