www.samajalive.in
Friday, December 12, 2025
27.1 C
Bhubaneswar

ଦୁର୍ଘଟଣାରେ କନ୍ନଡ ଟିଭି ଅଭିନେତ୍ରୀଙ୍କ ସମତେ ୫ ମୃତ

ବେଙ୍ଗାଲୁରୁ : ଚିତ୍ରଦୁର୍ଗା କୁଞ୍ଚିନାଗାନାଲୁ ନିକଟ ଏନଏଚ-୪ରେ ବୁଧବାର ଏକ ମମନ୍ତୁଦ ସଡ଼କ ଦୁର୍ଘଟଣାରେ କନ୍ନଡ ଟିଭି ଅଭିନେତ୍ରୀ ଶୋଭାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି।
କର୍ଣ୍ଣାଟକର ଲୋକପ୍ରିୟ ଟିଭି ଧାରାବାହିକ ମାଗାଲୁ ଜାନାକିରେ ଶୋଭା ଅଭିନେତ୍ରୀ ଥିଲେ। ଶୋଭାଙ୍କ ସମେତ ୭ ଜଣ ଏକ କାର ଯୋଗେ ବେଙ୍ଗାଲୁରୁ ଜିଲାର ବାଦାମି ତାଲୁକରେ ଥିବା ବନାଶଙ୍କରୀ ମନ୍ଦିରକୁ ଯାଉଥିଲେ। ଚିଦ୍ରଦୁର୍ଗାର କୁଞ୍ଚିନାଗାନାଲୁ ଏନଏଚ-୪ରେ ତାଙ୍କ କାର ଚକ ଫାଟଯିବାରୁ ଭାରସାମ୍ୟ ହରାଇ କଡ଼ରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଓ ପୁଲିସ୍‍ ସେମାନଙ୍କୁ ଉଦ୍ଧାରକରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। କାରରେ ସେମାନଙ୍କ ସହ ଯାତ୍ରା କରୁଥିବା ୩ ଜଣ ବାଳ କଳାକାର ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories