www.samajalive.in
Friday, December 12, 2025
15.1 C
Bhubaneswar

ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘର ବାର୍ଷିକ ସଭା

ଧାମରା : ଭଦ୍ରକ ଜିଲା ଧାମରା ଗଙ୍ଗାମାତା ସଭାଗୃହରେ ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘର ବାର୍ଷିକ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସଭାରେ ବଳରାମଗଡି ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ତଥା ମହାସଂଘର ସହ ସଭାପତି ବାଦଲ ଦାସ ସଭାପତିତ୍ୱ କରିଥିବା ବେଳେ ଉକ୍ତ ସଭାରେ ଅଖିଳ ଓଡିଶା ମହାସଂଘର ସଭାପତି କେ ଏନ ପ୍ରହରାଜ ପୌରୋହିତ୍ୟ କରିଥିଲେ। ମହାସଂଘର ସମ୍ପାଦକ ସୁମନ୍ତ କୁମାର ବିଶ୍ୱାଳ ଯୋଗଦେଇ ସାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ଜିବୀକା ଭାବରେ ନିର୍ବାହ କରି ଚାଲୁୁଥିବା ମତ୍ସ୍ୟଜିବୀ ତଥା ମାଲିକମାନଙ୍କର ଅସୁବିଧା ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଏହି ମହାସଂଘ ସାରା ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ନେଇ ଗୋଟିଏ ସାଧାରଣ ପରିଚାଳନା ନିୟମ କରିବା ପାଇଁ ସଭାରେ ପ୍ରସ୍ଥାବ ଆଗତ ହୋଇଥିଲା। ଫଳରେ କୌଣସି ଟ୍ର୍ରଲର ଚାଳକ ଗୋଟିଏ ମାଲିକ ସହ ଚୁକ୍ତିବଦ୍ଧ ହେବା ପରେ ଅନ୍ୟ କୌଣସି ମାଲିକଙ୍କ ପାଖରେ ଉଚ୍ଚ ବେତନରେ ରହିପାରିବ ନାହିଁ ଏବଂ ଚୁକ୍ତି ଖିଲାପ କଲେ ଟଲ୍ରର ଚାଳକ ଆଉ ରାଜ୍ୟ ମଧ୍ୟରେ କୌଣସି ସ୍ଥାନରେ ନିଯୁକ୍ତି ପାଇ ପାରିବ ନାହିଁ।
ଦିନକୁ ଦିନ ଓଡିଶାରେ ଥିବା ସମସ୍ତ ନଦୀ ମୁହାଣ ପୋତି ହୋଇ ପଡୁଥିବା ବେଳେ ରାଜ୍ୟ ସରକାର ଏହି ମୁହାଣକୁ ଖନନ କରିବା ଜରୁରୀ ହୋଇ ପଡିଛି। ଧାମରା ନିକଟସ୍ଥ ଗହୀରମଥା ଅଭୟାରଣ୍ୟର ବାହାନା ନେଇ ରାଜନଗର ଡିଏଫଓ ସମସ୍ତ ବୋଟ ଗୁଡିକୁ ନିଜ ଦଖଲକୁ ନେଇ ବନ୍ୟ ବିଭାଗକୁ ହସ୍ତାନ୍ତରିତ କରିବା ସହ ଜବତ ଟ୍ରଲରର ମାଛ ବିକ୍ରି କରି ଲାଭ କରୁଥିବା ବେଳେ ମୋଟା ଅଙ୍କର ହାତଗୁଞ୍ଜା ନଦେଲେ ଏହି ଜବତ ଟ୍ରଲର ଗୁଡିକୁ ନଷ୍ଟ କରିଦେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆସନ୍ତା ସପ୍ତାହରେ ଧାମରା, ଚନ୍ଦନୀପାଳ, ପାରାଦ୍ୱୀପ, ତାଳଚୁଆ, କଷିଆ, ବଳରାମଗଡି, ବାହାବଳପୁରର ସମସ୍ତ ଟ୍ରଲର ମାଲିକ ଏକତ୍ରିତ ହୋଇ ରାଜନଗର ଡିଏଫଙ୍କୁ ଏକ ଦାବି ପତ୍ର ଦେବା ସହ ଚିଫ ସେକ୍ରେଟାରୀ, ବନବିଭାଗର ପିସିସିଏଫ, ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ୍‍ଙ୍କୁ ଭେଟି ସେମାନଙ୍କର ଦାବି ପତ୍ର ଦେବେ। ଏଥିସହ ଆଗାମୀ ଦିନରେ ମତ୍ସ୍ୟଜିବୀମାନେ ସେମାନଙ୍କ ଜିବୀକା ନିର୍ବାହ କରିବା ପାଇଁ ଦରକାର ପଡିଲେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆଜିର ଏହି ସଭାରେ ଧାମରା ମତ୍ସ୍ୟଉତ୍ପାଦନ ସଂଘର ସଭାପତି ଅଶୋକ ଜାନା, ଉପଦେଷ୍ଟା ଅଭିମନ୍ୟୁ ରାଉତ, ସଂପାଦକ ସୁଦର୍ଶନ ଲେଙ୍କା,ଜଗଦୀଶ ଜେନା,ଦିବାକର ମାଇତି,ମୁଜିବୁର ଅଲ୍ଲି ଖାଁ,ତପନ ପରିଡା,ତାଳଚୁଆ ସଂଘର ମଦନ ଦେବନାଥଙ୍କ ସମେତ ଶତାଧିକ ଟ୍ରଲର ମାଲିକ ଯୋଗଦେଇଥିଲେ। ଓଡିଶା ବ୍ୟତୀତ ଅନ୍ୟ ରାଜ୍ୟରେ ସରକାର ଟ୍ରଲର ମାଲିକମାନଙ୍କୁ ଡିଜେଲ ଉପରେ ଲିଟର ପିଛା ୮-୧୦ଟଙ୍କ ସବସିଡ୍‍ ଦେଉଥିବା ବେଳେ ଓଡିଶା ସରକାର ଏହି ସବସିଡକୁ ଘୋର ବିରୋଧ କରୁଛନ୍ତି ଫଳରେ ଟ୍ରଲର ମାଲିକମାନେ ଆଗାମୀ ଦିନରେ ଆଉ ଟ୍ରଲର ଚଳାଇବା ସମ୍ଭ ନୁହେଁ ବୋଲି ମହାସଂଘର ସଂପାଦକ ନିଜ ବିବୃତି ରଖିଥିବା ବେଳେ ଆଗାମୀ ଦିନରେ ଏହି ଲଢେଇ ଜୋଇଦର ହେବ ବୋଲି ମଧ୍ୟ କହିଥିଲେ। ଶେଷରେ ଧାମରାଇ ମତ୍ସ୍ୟଜିବୀ ସଂଘର ସଭାପତି ଅଶୋକ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories