www.samajalive.in
Sunday, December 7, 2025
16.1 C
Bhubaneswar

ମଧ୍ୟାହ୍ନର ମୁଖ୍ୟ ଖବର

ଆଞ୍ଚଳିକ
ସାପକାମୁଡାରେ ୩ ମୃତ
ମାଲକାନଗିରି .- ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଛି । ବର୍ଷା ଦିନେ ବିଭିନ୍ନ ବିଷଧର ସାପ ବାହାରୁ ଥିବାରୁ ଲୋକେ ସର୍ପ ଦଂଶନର ଶିକାର ହେଉଛନ୍ତି । ତେବେ କେଉଁ ପରିସ୍ଥିତିରେ ଏମାନେ ସାପା କାମୁଡାର ଶିକାର ହେଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ପ୍ରଚାର ପାଇଁ ପାଟକୁରା ଯାଇଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର .- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ବୁଧବାରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପ୍ରଚାର କରିଛନ୍ତି । ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବାରିମୂଳ ପହଞ୍ଚିଥିଲେ । । ଏହାପରେ ସେ ପ୍ରଚାର ବସ୍‌ରେ ମାର୍ଶାଘାଇ, ଡେରାବିଶ୍‌ ସହ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ପ୍ରଚାର କରିଛନ୍ତି । ପାଟକୁରାରେ ବିଜେଡି ପକ୍ଷରୁ ସାବିତ୍ରୀ ଅଗ୍ରଓ୍ୱାଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ରହିଛନ୍ତି । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ସବୁଦଳ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି ।

ଯୁକ୍ତଦୁଇ ନାମଲେଖାପାଇଁ ଆଜି(ବୁଧବାର) ଅନ୍ତିମ ତାରିଖ

ଭୁବନେଶ୍ୱର : ଯୁକ୍ତ ଦୁଇ ନାମ ଲେଖାପାଇଁ ବୁଧବାର ନାମଲେଖା ପ୍ରକ୍ରିୟା ଶେଷ ହେଉଛି । ବୁଧବାର ସନ୍ଧ୍ୟାରେ ନାମ ଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ଓ ଅନ୍ୟାନ୍ୟ ତଥ୍ୟ ଇ-ସ୍ପେସ୍‌ ରେ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି । ବଳକା ରହିଥିବା ଆସନ ପାଇଁ ୨୦ ତାରିଖରେ ସ୍ପଷ୍ଟ ସିଲେକ୍‌ସନ ସହ ଯୋଗ୍ୟ ବିବେଚିତ ତାଲିକା ପ୍ରକାଶ ପାଇବ । ଜୁଲାଇ ୨୫ରୁ ୨୭ ତାରିଖ ମଧ୍ୟରେ ନାମ ଲେଖା ହେବ ବୋଲି ସୂଚନା ଦିଆଯାଇଛି ।
ଜୁଲାଇ ୨୯ ତାରିଖରୁ ଯୁକ୍ତଦୁଇ ପ୍ରଥମ ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କର ମହାବିଦ୍ୟାଳରେ ପାଠପଢା ଆରମ୍ଭ ହେବ ।

୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ମୂଲ୍ୟାୟନ
କଟକ .- ଜୁଲାଇ ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିଚ ମାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳର ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି ।
ତିନି ହଜାର ନଅ ଶହ ପରୀକ୍ଷକଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ଏଥିପାଇଁ ମୋଟ୍‌ ୨୦ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୧୨ଟି ଓ ମୁକ୍ତ ବିଦ୍ୟାଳୟ ପାଇଁ ୮ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି ।

ଜାତୀୟ ଖବର
ବିରଳ ଚନ୍ଦ୍ରଗ୍ରହଣ
ଦୁନିଆ ଦେଖିଲା ମହାଜାଗତିକ ଦୃଶ୍ୟ । ଗୁରୁପୂର୍ଣ୍ଣିମାନେର ବିରଳ ଚନ୍ଦ୍ରଗ୍ରହଣ

ବିଭିନ୍ନ ଧାର୍ମିକ ମହତ୍ତ୍ୱ ରଖୁଥିବା ସ୍ଥାନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ମୁମ୍ବାଇ ଘର ଭୁଶୁଡିବା ଘଟଣା
ମୁମ୍ବାଇ ଘର ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ମୁମ୍ବାଇର ଡୋଙ୍ଗରିରେ ୪ ମହଲା ବିଷିଷ୍ଟ ଅଟ୍ଟାଳିକା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏହା ସହ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଲୋକ ଭଙ୍ଗା ଅଟ୍ଟାଳିକା ତଳେ ଫସି ରହିଥିବା ଅଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ଜଣେ ଶିଶୁ ସମତେ ଅନେକ ଲୋକଙ୍କୁ ଅଟ୍ଟାଳିକର ଭଗ୍ନାବଶେଷ ମଧ୍ୟରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଟ୍ଟାଳିକର ଭଗ୍ନାବଶେଷରେ ଅଧିକାଂଶ ମହିଳା ଓ ଶିଶୁ ଫସି ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ଭୁଶୁଡି ପଡିଥିଲା । ଏହି ଅଟ୍ଟାଳିକା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଥିରେ ପ୍ରାୟ ୮ ରୁ ୧୦ଟି ପରିବାର ରହୁଥିଲେ। ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି

ବୁଧବାରରେ କୁଳଭୂଷଣ ମାମଲାର ରାୟ

ନୂଆଦିଲ୍ଲୀ : ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ) ବୁଧବାର ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିବେ। ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀ ଯାଦବଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ବନ୍ଦୀ କରିବା ସହ ଏହାର ସାମରିକ ଅଦାଲତ ଯାଦବଙ୍କୁ ‘ତଥାକଥିତ ସ୍ବୀକାରୋକ୍ତି’ ଆଧାରରେ ମୃତ୍ୟୁଦଣ୍ଡାଦେଶ ଦେଇଛି। ଭାରତ ଆଇସିଜେରୁ ଏହା ଉପରେ ରହିତାଦେଶ ଆଣିଛି। ବୁଧବାର ଅପରାହ୍ଣ ୩ଟାରେ ଦି ହେଗ୍‌ସ୍ଥିତ ଆଇସିଜେ ଅଦାଲତରେ ଏକ ଖେଲା ଅଧିବେଶନରେ ଏହି ମାମଲାର ରାୟ ପ୍ରକାଶ କରିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ମୁଖ୍ୟ ବିଚାରପତି ଅବଦୁଲକ୍ବାଇ ଅହମ୍ମଦ ୟୁଶୁଫ ରାୟ ଶୁଣାଇବେ ବୋଲି କୁହାଯାଇଥିଲା। ଏକ ୧୦ଜଣିଆ ପୀଠ ଏହି ମାମଲାର ଶୁଣାଣି କରୁଥିଲେ।

ବିଦ୍ରୋହୀ ବିଧାୟକଙ୍କ ବିଷୟରେ ବାଚସ୍ପତି ନେବେ ନିଷ୍ପତି , ବିଧାନସଭାକୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ – ସୁପ୍ରିମକୋର୍ଟ
ନୂଆଦିଲ୍ଲୀ .- କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କ ବିଷୟରେ ବାଚସ୍ପତି ନିଅନ୍ତୁ ଫଇସଲା ନେବା ପାଇଁ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ମାତ୍ର ବିଧାନସଭାକୁ ଆସିବା ପାଇଁ ବାଚସ୍ପତି ଏହି ବିଧାୟକମାନଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଗତ ୧୨ ଦିନ ହେଲା କର୍ଣ୍ଣାଟକ ରାଜନୀତିରେ ଘଟଣାବହୁଳ ହୋଇ ପଡିଛି । ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣୀ କରିଛନ୍ତି । ୧୫ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ନିଷ୍ପତି ନେଇ ପାରିବେ । ମାତ୍ର ତାଙ୍କୁ ବିଧାନସଭାକୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଜେଡିଏସ୍‌ ଓ କଂଗ୍ରେସର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ବିଷୟରେ ନିଷ୍ପତି ନେବା ଦାୟିତ୍ୱ ବାଚସ୍ପତିଙ୍କ ଉପରେ ଛାଡିଛନ୍ତି । ପ୍ରଧାନବିଚାରପତି ରଞ୍ଜନ ଗୋଗଇ ଏ ବିଷୟରେ ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ବିଷୟରେ ନିୟମ ଅନୁସାରେ ନିଷ୍ପତି ଗ୍ରହଣ କରନ୍ତୁ ବୋଲି କହିଥିଲେ । ଏଥିପାଇଁ କୌଣସି ଅନ୍ତିମ ସମୟ ନିର୍ଦ୍ଧାରଣ କରାଯାଇ ନାହିଁ । ଗୁରୁବାରରେ କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଆସ୍ଥା ଭୋଟ କରାଯିବ ।
ଅଦାଲତଙ୍କ ରାୟ ଆସିବା ପରେ ବିଦ୍ରୋହୀ ବିଧାୟକଙ୍କ ଓକିଲା ମୁକୁଳ ରୋହତଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆସ୍ଥା ଭୋଟ ଗ୍ରହଣ ସମ୍ପର୍କରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୧୫ ବିଦ୍ରୋହୀ ବିଧାୟକଙ୍କୁ ସଦନରେ ଉପସ୍ଥିତ ରହିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ମଙ୍ଗଳବାର ସୁପ୍ରିମକୋର୍ଟରେ ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କୁ ନିର୍ଦେଶଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠ ଏହି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଓ ବାଚସ୍ପତି ରମେଶ କୁମାରଙ୍କ ପକ୍ଷ ଶୁଣିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ ସଦସ୍ୟ ଅଛନ୍ତି।
ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ଆଇନଜୀବୀ ମୁକୁଲ ରୋହତଗୀ ବାଚସ୍ପତିଙ୍କୁ ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟ ​ଘୋଷଣା ପ୍ରସଙ୍ଗରେ ସ୍ଥିତାବାସ୍ଥା ବଜାୟ ରଖିବା ପାଇଁ ଅନ୍ତରୀଣ ନିର୍ଦେଶ ଦେବାକୁ ନିବେଦନ କରିଥିଲେ। ଏତଦ୍‌ବ୍ୟତୀତ ଆସ୍ଥା ଭୋଟ୍‌ ପାଇଁ ଜାରି ହୋଇଥିବା ଦଳୀୟ ହ୍ବିପ୍‌ରୁ ସେମାନଙ୍କୁ ବାଦ ଦେବା ପାଇଁ ମଧ୍ୟ ଆବେଦନ କରିଥିଲେ। କୁମାରସ୍ବାମୀଙ୍କ ଓକିଲ ରାଜୀବ ଧାୱନ ଦର୍ଶାଇଥିଲେ ଯେ ଗୋଟିଏ ପ୍ରସଙ୍ଗରେ କୋର୍ଟ ଦ୍ବିତୀୟ ଅନ୍ତରୀଣ ନିର୍ଦେଶ ଦେଇପାରିବେ ନାହିଁ। ବାଚସ୍ପତିଙ୍କୁ ଏହି ମାମଲାରେ ନିର୍ଦିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦେଶ ଦେଇପାରିବେ ନାହିଁ ବୋଲି ମଧ୍ୟ ସେ ଯୁକ୍ତି ଉପସ୍ଥାପନ କରିଥିଲେ। ବାଚସ୍ପତିଙ୍କ ପକ୍ଷ ରଖି ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଦର୍ଶାଇଥିଲେ ଯେ ଆସ୍ଥା ଭୋଟ ପାଇଁ ବାଚସ୍ପତି ନିର୍ଦେଶ ଦେଇସାରିଥିବାରୁ ପୀଠ ତାଙ୍କ ଉପରେ କୌଣସି ନିର୍ଦେଶନାମା ଜାରି କରିପାରିବେ ନାହିଁ। ବାଚସ୍ପତି ଇସ୍ତଫାପତ୍ର ଉପରେ ବିଚାର କରୁଥିବା ସେ ଦର୍ଶାଇଥିଲେ। ଏଥିସହିତ ପୀଠ ସ୍ଥିତାବସ୍ଥା ଜାରି ସମ୍ପର୍କିତ ତାଙ୍କର ଅନ୍ତରୀଣ ନିର୍ଦେଶନାମା ପ୍ରତ୍ୟାହାର କରିବାକୁ ସେ ଆବେଦନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories