www.samajalive.in
Friday, December 12, 2025
16.1 C
Bhubaneswar

ଗୁରୁ ପୂର୍ଣ୍ଣିମା ଅବସରରେ ଆଚ୍ରେକରଙ୍କୁ ତେନ୍ଦୁଲକରଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଗୁରୁ ପୂର୍ଣ୍ଣିମା ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଙ୍ଗଳବାର ନିଜ ଛୋଟବେଳ ପ୍ରଶିକ୍ଷକ ରମାକାନ୍ତ ଆଚ୍ରେକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟ୍ବିଟର୍‌ ମାଧ୍ୟମରେ ତେନ୍ଦୁଲକର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜଣେ ଗୁରୁ ନିଜ ଶିଷ୍ୟ ଜୀବନରୁ ଅନ୍ଧକାର ଓ ଅଜ୍ଞାନତା ଦୂର କରିଥାଏ। ଯାହା ତାଙ୍କ ପାଇଁ ଆଚ୍ରେକର ସାର୍‌ କରିଥିଲେ। ବର୍ତ୍ତମାନ ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା ପଛରେ ଗୁରୁ ଆଚ୍ରେକରଙ୍କ ବହୁତ ଅବଦାନ ରହିଛି ବୋଲି ଦର୍ଶାଇଛନ୍ତି।
ସୂଚନାଥାଉକି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଆଚ୍ରେକରଙ୍କ ଗତ ଜାନୁଆରୀମାସରେ ୮୭ ବର୍ଷ ବୟସରେ ପରଲୋକ ହୋଇଥିଲା। ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲିଙ୍କ ଛୋଟବେଳ ପ୍ରଶିକ୍ଷକ ଭାବେ ଆଚ୍ରେକର ପ୍ରସିଦ୍ଧି ହାସଲ କରିଥିଲେ। ତେନ୍ଦୁଲକର ଆହୁରି ଲେଖିଛନ୍ତି କ୍ରିକେଟର ଏବିସିଡି ସେ ଆଚ୍ରେକର ସାର୍‌ଙ୍କ ଠାରୁ ଶିଖିଥିଲେ। ତାଙ୍କୁ କ୍ରିକେଟର୍‌ ଭାବେ ଗଢ଼ି ତୋଳିବାରେ ଆଚ୍ରେକର ସାର୍‌ଙ୍କ ଅବଦାନ ଭାଷାରେ ବ୍ୟକ୍ତ କରାଯାଇ ପାରିବ ନାହିଁ। କ୍ରିକେଟ୍‌ ବ୍ୟତୀତ ଆଚ୍ରେକର ସାର୍‌ଙ୍କ ଠାରୁ ଜୀବନ ଜିଇଁବା କଳା ଶିକ୍ଷାଲାଭ କରିଥିବା ତେନ୍ଦୁଲକର ଲେଖିଛନ୍ତି। ତେନ୍ଦୁଲକରଙ୍କ ବ୍ୟତୀତ ପୂର୍ବତନ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଓ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ନିଜ ନିଜର ଗୁରୁଙ୍କ ପ୍ରତି ଟ୍ବିଟର୍‌ ବାର୍ତ୍ତା ଦ୍ବାରା ସମ୍ମାନ ଜଣାଇବା ସହ ଗୁରୁ ବିନା ଛାତ୍ରର ଉନ୍ନତି ଅସମ୍ଭବ ବୋଲି ଦର୍ଶାଇଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories