ନାବାଳିକାର ବିବାହ ଅଟକାଇଲେ ସିଡିପିଓ

0

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବାଘଘର ଗ୍ରାମରେ ଏକ ନାବାଳିକାର ବିବାହକୁ ଅଟକାଇଛନ୍ତି ଘଟଗାଁ ସିଡିପିଓ । ସୂଚନା ମୁତାବକ, ବାଘଘର ଗ୍ରାମର ମଥୁରାବାସୀ ନାଏକ ନାମକ ଜଣେ ଯୁବକ ପଣ୍ଡାପଡା ଥାନା ଅନ୍ତର୍ଗତ କମାରଗୋଡା ଗ୍ରାମର ଜଣେ ୧୪ବର୍ଷିଆ ନାବାଳିକାକୁ ଭଲ ପାଇଥିଲେ । ବିବାହ କରିବା ଉଦ୍ଦେଶ୍ୟରେ ନାବାଳିକାକୁ ଆଣି ନିଜ ଗ୍ରାମର ପଡୋଶୀ ଘରେ ରଖି ମଙ୍ଗଳବାରା ବିବାହ କରିବା ପାଇଁ ଯୋଜନା କରୁଥିବା ବେଳେ ଘଟଗାଁ ସିଡିପିଓ ସ୍ନେହଲତା ଦେଇ କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ୍ ସଦସ୍ୟ ଡ଼ଲି ନାୟକ , ଆଇସିଡିଏସ୍ ସୁପରଭାଇଜର ମଞ୍ଜୁଲତା ଦେଇ ଓ ବାଘଘର ଅଙ୍ଗନବାଡି କର୍ମୀଙ୍କ ସହ ବାଘଘର ଗ୍ରାମରେ ପହଞ୍ଚି ଉଭୟ ନାବାଳିକା ଓ ଯୁବକକୁ ବୁଝାସୁଝା କରିବା ପରେ ଯୁବକ ଜଣକ ବିବାହ ପ୍ରସ୍ତାବରୁ ଉହୁରି ଯାଇଛନ୍ତି । ନାବାଳିକା ଜଣଙ୍କୁ ତାଙ୍କ ନିଜ ଘର କମାରଗୋଡା ଗ୍ରାମକୁ ପଠାଇ ଦିଆଯାଇଛି। ସିଡିପିଓଙ୍କ ଏପରି ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ ନାବାଳିକାର ବିବାହ ଅଟକି ଦିଆଯିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Leave A Reply