ଦ୍ୱିପ୍ରହରର ମୁଖ୍ୟ ଖବର

ଜାତୀୟ

ମୁମ୍ବାଇରେ ଅଟ୍ଟାଳିକା ଭୁଶୁଡି ୨ ମୃତ, ୫ ସୁରକ୍ଷିତ ଉଦ୍ଧାର

ମୁମ୍ବାଇ : ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକା ଭୁଶୁଡି ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ଅଟ୍ଟାଳିକର ଭଗ୍ନାବଶେଷ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଟ୍ଟାଳିକର ଭଗ୍ନାବଶେଷରେ ଆହୁରି ଅନେକ ଲୋକ ଦବି ରହିଥିବା ଅଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ଭୁଶୁଡି ପଡିଥିଲା । ଏହି ଅଟ୍ଟାଳିକା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଥିରେ ପ୍ରାୟ ୮ ରୁ ୧୦ଟି ପରିବାର ରହୁଥିଲେ। ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି ।

ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଆଶିଂକ ଚନ୍ଦ୍ର ଗ୍ରହଣ  ଅପରାହ୍ନ ୪ଟା ୩୧ରେ  ହାଣ୍ଡିଛାଡ ଓ  ଦେବ ନୀତି

ମଙ୍ଗଳବାର ଗୁରୁପୂର୍ଣ୍ଣିମାରେ ଭାରତରେ ଆଂଶିକ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।  ଏଥିପାଇଁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ କରି କରିହେବ । ଗ୍ରହଣର ସାତ ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ ଓ ନୂତନ କାର୍ଯ୍ୟ ନ କରିବା ପାଇଁ ବିଶ୍ୱାସ ରହିଛି ।

ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ ସର୍ବମୋକ୍ଷ ହେବ ।

ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲାଗୁ ନହେଲେ ଚଳିବ ।ରାତି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ,ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ସିଂହ,କନ୍ୟା,ବିଚ୍ଛା ,ତୁଳା ରାଶି ପାଇଁ ଶୁଭ ରହିବ।

prayash

ଅନ୍ତର୍ଜାତୀୟ

ଇଣ୍ଡୋନେସିଆରେ ୫.୭ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ବିଗତ ୩ ଦିନ ମଧ୍ୟରେ ଅନେକ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯୟୀ ମଙ୍ଗଳବାର ଇଣ୍ଡୋନେସିଆର ବାଲି, ଲୋମ୍ବକ ଓ ପୂର୍ବ ଯାଭାରେ ଅଧିକ ମାତ୍ରାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୭ ଥିଲା । ହେଲେ ଏହି ଭୂକମ୍ପ ଦ୍ବାରା ସୁନାମୀ ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପଶ୍ଚିମ ବାଲିର ୮୨ କିମି ଦୂରତାରେ ଥିଲା। ୟୁନାଇଡେଟ୍‌ ଷ୍ଟେଟ୍‌ସ ଜିଓଲୋଜିକାଲ୍‌ ସର୍ଭେ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ପ୍ରଭାବରେ କେତେକ ଘର ଏବଂ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାଙ୍ଗିରୁଜି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ

ଆଞ୍ଚଳିକ

ପଟ୍ଟନାୟିକିଆ ଛକ ହତ୍ୟାକାଣ୍ଡରେ ୬ ଗିରଫ

ଭୁବନେଶ୍ବର : ପୁରୀ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ରବିବାର ଘଟିଥିବା ନିର୍ମମ ହତ୍ୟାକାଣ୍ଡ ଘଟଣାରେ ମଙ୍ଗଳବାର ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସମେତ ମୋଟ ୬ ଜଣଙ୍କୁ ପୁଲିସ ଗିରଫ କରିଛି ।

ବାଇକକୁ ପିଟିଲା ଟ୍ରକ୍; ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବଦଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକକୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି ।

kalyan agarbati

Comments are closed.