ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ବିଗତ ୩ ଦିନ ମଧ୍ୟରେ ଅନେକ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯୟୀ ମଙ୍ଗଳବାର ଇଣ୍ଡୋନେସିଆର ବାଲି, ଲୋମ୍ବକ ଓ ପୂର୍ବ ଯାଭାରେ ଅଧିକ ମାତ୍ରାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୭ ଥିଲା । ହେଲେ ଏହି ଭୂକମ୍ପ ଦ୍ବାରା ସୁନାମୀ ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପଶ୍ଚିମ ବାଲିର ୮୨ କିମି ଦୂରତାରେ ଥିଲା। ୟୁନାଇଡେଟ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ପ୍ରଭାବରେ କେତେକ ଘର ଏବଂ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାଙ୍ଗିରୁଜି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରବିବାର ଜାକର୍ତ୍ତାରେ ୭.୩ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୬୦ ଘର କ୍ଷୟକ୍ଷତି ହୋଇଥିଲା ।



