www.samajalive.in
Saturday, December 13, 2025
23.1 C
Bhubaneswar

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନ୍‌ସିପ; ପହଞ୍ଚିଲେ ଏକାଧିକ ଦଳ

କଟକ : ମାତ୍ର ଦିନକ ପରେ ଓଡ଼ିଶାବାସୀଙ୍କୁ ଦେଖିବାକୁ ମିଳିବ ଉଚ୍ଚକୋଟୀର ଟେବୁଲ ଟେନିସ୍। ଆସନ୍ତା ୧୭ରୁ ୨୨ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ତେବେ ପ୍ରତିଯୋଗିତା ପାଖେଇ ଆସୁଥିବା ବେଳେ ପ୍ରତିଯୋଗୀ ଦଳଙ୍କ ସଂଖ୍ୟାରେ ହ୍ରାସହେବା ଦେଖିବାକୁ ମିଳିଛି। ସୋମବାର ଭାରତୀୟ ଟେବୁଲ ଟେନିସ୍ ମହାସଂଘ (ଟିଟିଏଫ୍‌ଆଇ) ସୂତ୍ରରୁ ପ୍ରକାଶ ଯେ ଶେଷ ମୁହୂର୍ତ୍ତରେ ୩ଟି ପ୍ରତିଯୋଗୀ ଦଳ- ପାକିସ୍ତାନ, ଗାୟନା ଓ ଘାନା ଏହି ଚମ୍ପିଆନ୍‌ସିପ୍‌ରୁ ଓହରି ଯାଇଛନ୍ତି। ଫଳରେ ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ଏବେ ୧୨ରେ ପହଞ୍ଚିଛି।
ଘାନା ଓ ଗାୟାନା ଦଳକୁ ଭାରତ ଆସି ରାଜ୍ୟଗୋଷ୍ଠୀ ଟିଟି ଚମ୍ପିଆନ୍‌ସିପରେ ଖେଳିବା ପାଇଁ ସେମାନଙ୍କ ସରକାର ସବୁଜ ସଙ୍କେତ ଦେଇନଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ଦଳକୁ ଭିସା ମିଳିବା ନେଇ ସମସ୍ୟା ସୃଷ୍ଟି ହେବାରୁ ଏହା ଓହରିଯାଇଛି। ପୂର୍ବରୁ ପାକିସ୍ତାନ ୪ ଖେଳାଳି ଓ ୨ ଜଣ ଖେଳାଳିଙ୍କ ଏଣ୍ଟ୍ରି ପଠାଇ ସାରିଥିଲା। ଏବେ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଉଭୟ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟରେ ୧୨ଟି ଦେଶ ଖେଳିବାକୁ ଯାଉଛନ୍ତି। ସେମାନେ ହେଲେ- ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଭାରତ, ଶ୍ରୀଲଙ୍କା, ନାଇଜେରିଅ, ସ୍କଟ୍‌ଲାଣ୍ଡ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଓ ୱେଲ୍‌ସ। ପ୍ରତିଯୋଗିତା ଆରମ୍ଭରୁ କଟକରେ ୧୭ଟି ଦେଶ ଭାଗନେବେ ବୋଲି ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ପୂର୍ବରୁ ୨ଟି ଦେଶ ଉଗାଣ୍ଡା ଓ ଜର୍ସି ମଧ୍ୟ ଭିସା ସମସ୍ୟା ଯୋଗୁଁ ଏହି ପ୍ରତିଯୋଗିତାରୁ ଓହରି ଯାଇଥିଲେ। ପ୍ରଥମ ୩ ଦିନ ଦଳଗତ ପ୍ରତିଯୋଗିତା ଖେଳାଯିବ। ୩ୟ ଦିନ ଅପରାହ୍‌ଣରେ ଦଳଗତ ବିଭାଗର ପୁରସ୍କାର ବିତରଣ କରାଯିବ। ୩ୟ ଦିନ; ଅର୍ଥାତ୍ ଶୁକ୍ରବାର ସନ୍ଧ୍ୟାରୁ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଯୋଗିତା ଆରମ୍ଭହେବ ଏବଂ ସୋମବାର ଉଦ୍‌ଯାପନୀ ଦିବସରେ ଏହା ସମ୍ପନ୍ନହେବ।
ଅନ୍ୟପକ୍ଷରେ ସୋମବାରଠାରୁ ବିଭିନ୍ନ ପ୍ରତିଯୋଗୀ ଦଳ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ଓଡ଼ିଶାରେ ପାଦ ଦେଇଥିବା ପ୍ରଥମ ଦଳ ହେଉଛି ୱେଲ୍‌ସ। ସୋମବାର ପୂର୍ବାହ୍ନରେ ୱେଲ୍‌ସ ପୁରୁଷ ଓ ମହିଳା ଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସେମାନଙ୍କୁ ସ୍ବାଗତ କରା ଯାଇଥିଲା।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories