www.samajalive.in
Wednesday, December 10, 2025
18.1 C
Bhubaneswar

ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ ଓ ଅନ୍ୟାନ୍ୟ ନୀତି

ଭୁବନେଶ୍ୱର – ମଙ୍ଗଳବାର ଗୁରୁପୂର୍ଣ୍ଣିମାରେ ଭାରତରେ ଆଂଶିକ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଏଥିପାଇଁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ କରି କରିହେବ । ଗ୍ରହଣର ସାତ ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ ଓ ନୂତନ କାର୍ଯ୍ୟ ନ କରିବା ପାଇଁ ବିଶ୍ୱାସ ରହିଛି ।

ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ ସର୍ବମୋକ୍ଷ ହେବ ।

- Advertisement -

ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲାଗୁ ନହେଲେ ଚଳିବ ।ରାତି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ,ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ସିଂହ,କନ୍ୟା,ବିଚ୍ଛା ,ତୁଳା ରାଶି ପାଇଁ ଶୁଭ ରହିବ।

ପାଞ୍ଜିରୁ ଉଦ୍ଧୃତ

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories