ପୂର୍ବାହ୍ନର ମୁଖ୍ୟ ଖବର
ଜାତୀୟ ଖବର
ଚନ୍ଦ୍ରଗ୍ରହଣ
ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଆଶିଂକ ଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୧ରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ
ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ କରି କରିହେବ
ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।
ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ
ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ ସର୍ବମୋକ୍ଷ ହେବ ।
ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲାଗୁ ନହେଲେ ଚଳିବ ।ରାତି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ,ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ସିଂହ,କନ୍ୟା,ବିଚ୍ଛା ,ତୁଳା ରାଶି ପାଇଁ ଶୁଭ ରହିବ।
ଅନ୍ତର୍ଜାତୀୟ
ଇଣ୍ଡୋନେସିଆରେ ୫.୭ ତ୍ରୀବତ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।
ଏଥିରେ ବାଲି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଅନେକ ଘର ଭାଙ୍ଗିଯିବା ସହ ପୋଲ ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଛି ।
ଆଞ୍ଚଳିକ
ଚିଟ୍ଫଣ୍ଡ କମିଶନ୍ଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ
ରାଜ୍ୟରେ ଚିଟ୍ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ୍ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଶେଷ ହେବାକୁ ଯାଉଛି ।
କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା କମିଶନ କ’ଣ କ’ଣ କାର୍ଯ୍ୟ କରିଛନ୍ତି ଏବଂ କେଉଁ କାର୍ଯ୍ୟ ବାକି ଅଛି, ସେ ନେଇ ଚିଠିରେ ଦର୍ଶାଯାଇଛି ।
ଇତିମଧ୍ୟରେ କମିଶନ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ସମୁଦାୟ ୪ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ମୋଟ୍ ୧୯୩୧ ଜଣ କ୍ଷୁଦ୍ର ଜମାକାରୀ ଅର୍ଥ ଫେରସ୍ତ ପାଇଛନ୍ତି ।
କ୍ରୀଡା
ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନ୍ସିପ; ପହଞ୍ଚିଲେ ଏକାଧିକ ଦଳ
ଆସନ୍ତା ୧୭ରୁ ୨୨ ପର୍ଯ୍ୟନ୍ତ କଟକର ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚମ୍ପିଆନସିପ୍।
ଶେଷ ମୁହୂର୍ତ୍ତରେ ୩ଟି ପ୍ରତିଯୋଗୀ ଦଳ- ପାକିସ୍ତାନ, ଗାୟନା ଓ ଘାନା ଏହି ଚମ୍ପିଆନ୍ସିପ୍ରୁ ଓହରି ଯାଇଥିବା ଭାରତୀୟ ଟେବୁଲ ଟେନିସ୍ ମହାସଂଘ (ଟିଟିଏଫ୍ଆଇ) ସୂଚନା ଦେଇଛି ।
ଏବେ ଏହା ହ୍ରାସ ପାଇ ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି।
Comments are closed.