www.samajalive.in
Saturday, December 6, 2025
14.1 C
Bhubaneswar

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ବନ୍ଧୁକ ମୁନରେ ହତ୍ୟା ଧମକ ଅଭିଯୋଗ

ବ୍ରଜରାଜନଗର : ବ୍ରଜରାଜନଗରରେ ଅପରାଧ ଓ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି। ବିଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୋଷ୍ଠୀ ବିବାଦ ଏବେ ଭୟଙ୍କର ରୂପ ଧାରଣ କରି ହତ୍ୟାକାଣ୍ଡ ପହଞ୍ଚିଛି । ଗତ ଦୁଇ ମାସ ମଧ୍ୟରେ ବ୍ରଜରାଜନଗରରେ ଦୁଇ ଦୁଇଟି ଗୁଳିକାଣ୍ଡ ଘଟିଥିବାରୁ ଲୋକେ ଆତଙ୍କିତ ହେବ ସହିତ ପୁଲିସ ପ୍ରଶାସନ ଉପରେ ଆସ୍ଥା ହରାଉଛନ୍ତି। ଜୁନ ୧୦ ତାରିଖ ପ୍ରାତଃ ଭ୍ରମଣ ବେଳେ ଦୃର୍ବୃତ୍ତମାନେ ଗୁଡୁ ଗୁପ୍ତାଙ୍କୁ  ଗୁଳିମାଡ କରିଥିଲେ ହେଁ ସେ ଗୁରୁତର ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୁନ ୨୪ ତାରିଖ ରାତିରେ ଅମିତ ଧଳ ନାମକ ଜଣେ ଯୁବକକୁ ଗୁଳି କରି ହତ୍ୟା କରାଯାଇଥିଲା। ଉଭୟ ଗୁଳିକାଣ୍ଡ ଯୋଗୁଁ ବ୍ରଜରାଜନଗର ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ଲାଗି ରହିଥିବା ବେଳେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ପଡିଥିବା ଦେଖିବାକୁ ମିଳୁଛି।

ସେପଟେ ରବିବାର ରାତିରେ ଓରିଏଣ୍ଟ ଥାନା ଅନ୍ତର୍ଗତ ୯ ନମ୍ବର ଢାବା ନିକଟରେ ଦୁଇ ଗୋଷ୍ଠୀ ଭିତରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ବିବାଦ ଓ ପରେ ହାତ ହାତି ହୋଇଥିଲା । ବୁଢ଼ୀଜାମ ଅଞ୍ଚଳରେ ଥିବା ଏକ ଢ଼ାବାକୁ ଦୁଇ ଗୋଷ୍ଠୀ ଖାଇବାକୁ ଯାଇଥିବା ବେଳେ ମୁହାଁମୁହଁ ହୋଇ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରି ମାଡ଼ପିଟ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ଘଟଣାରେ ଗୋଟିଏ ଗୋଷ୍ଠୀ ବନ୍ଧୁକ ଦେଖାଇ ଧମକ ଦେଇଥିବା ଅନ୍ୟ ଗୋଷ୍ଠୀ ଅଭିଯୋଗ କରୁଥିବା ବେଳେ ଗୁଳି ଫୁଟିଥିବା ସ୍ଥାନୀୟଲୋକେ କହିଛନ୍ତି । ତେବେ ଗୁଳି ଫୁଟି ଥିବା କଥାକୁ ଓରିଏଣ୍ଟ ପୁଲିସ ଅସ୍ବୀକାର କରି କେବଳ ଦୁଇ ଗୋଷ୍ଠୀ ଭିତରେ ମାଡ଼ପିଟ ହୋଇଥିବା କହିଛି।

- Advertisement -

ପ୍ରକାଶ ଯେ, ଜାତୀୟ ରାଜପଥ ୪୯ ରାସ୍ତା କଡରେ ଥିବା ଢ଼ାବା ଗୁଡିକରେ ଅବାଧ ଭାବେ ବେଆଇନ ମଦ କାରବାର ଦୀର୍ଘ ଦିନରୁ ଚାଲିଛି।  ପୁଲିସ ଓ ଅବକାରୀ ବିଭାଗ ନିରବଦ୍ରଷ୍ଟ୍ରା ସାଜିଥିବା ଯୋଗୁଁ ବ୍ରଜରାଜନଗରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories