www.samajalive.in
Saturday, December 6, 2025
15.1 C
Bhubaneswar

ଅଟ୍ଟାଳିକା ଭୁଶୁଡ଼ି ୬ ଯବାନଙ୍କ ସମେତ ୭ ମୃତ

ଶିମଲା: ହିମାଚଳ ପ୍ରଦେଶର ସୋଲନ ଜିଲା ଅନ୍ତର୍ଗତ କୁହ୍ମାରହଟ୍ଟି-ନାହନ ରାସ୍ତାପାର୍ଶ୍ଵରେ ଥିବା ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଫଳରେ ୬ ଯବାନଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। କୋଠା ତଳେ ସେନାର ୩୫ ଯବାନ ଚାପି ହୋଇ ରହିଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋଲନ ଏଡିଏମ ବିବେକ ଚନ୍ଦେଲ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ଜଣ ଯବାନ ଓ ଅନ୍ୟ ଜଣେ ସାଧାରଣ ନାଗରିକ ରହିଛନ୍ତି। ଅନ୍ୟ କେତେଜଣ ଯବାନ କୋଠାର ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଚାଲିଛି।

ମିଳିଥିବା ସୂଚନା ମୁତାବକ, ଉକ୍ତ କୋଠାରେ ଏକ ଢାବା ଚାଲୁଥିଲା। ରବିବାର ମଧ୍ୟାହ୍ନରେ ପାଖାପାଖି ୩୫ ଜଣ ଯବାନ ସେଠାରେ ଭୋଜନ କରିବାକୁ ଅଟକିଥିଲେ। ଆହତ ଯବାନ ସୁରଜିତ କହିଛନ୍ତି ଯେ, ସେ ଢାବାରେ ଖାଉଥିବାବେଳେ ହଠାତ କୋଠା ଭୁଶୁଡ଼ି ପଡ଼ିଥିଲା। ଏହା ପରେ କ’ଣ ହୋଇଛି ତାହା ସେ ଜାଣିନାହାନ୍ତି। ତାଙ୍କ ସହିତ ସେନାର ୩୦ ଜୁନିୟର ଅଫିସର ଏବଂ ୪ ଜଣ ଯବାନ ରହିଥିଲେ। ରବିବାର ଥିବାରୁ ସେମାନେ ସମସ୍ତ ବାହାରେ ମଧ୍ୟାହ୍ନଭୋଜନ କରିବାକୁ ଯୋଜନା କରିଥିଲେ। ଅଟ୍ଟାଳିକାର ମାଲିକ ସାହିଲ କୁମାରଙ୍କ ପରିବାର ବି ସେଠାରେ ରହୁଥିଲେ। ଦୁର୍ଘଟଣା ସମୟରେ ପିଲାମାନେ ବାହାରେ ଖେଳୁଥିଲେ। କିନ୍ତୁ ସାହିଲଙ୍କ ପତ୍ନୀ କୋଠା ତଳେ ଚାପି ହୋଇ ରହିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣା ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା, ପୁଲିସ ଏବଂ ଏନଡିଆରଏଫ ସାମିଲ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories