ଅନୁଭବଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳାଙ୍କ ଥାନାରେ ଧାରଣା
ଭୁବନେଶ୍ବର : ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳା ନ୍ୟାୟ ପାଇବା ଦାବିରେ ରବିବାର ପୁରୀଘାଟ ଥାନା ସାମ୍ମୁଖରେ ଧାରଣାରେ ବସିଛନ୍ତି । ଅଭିଯୋଗ କରିବାର ଏକ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ପ୍ରତିବାଦରେ ସେ ଧାରଣା ଦେଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ଅଭିନେତା ତଥା ବିଜେଡି ସାଂସଦ ଅନୁଭବ, ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତି ଉକ୍ତ ମହିଳାଙ୍କୁ ଅସଦାଚରଣ ସହ ଦୁର୍ବ୍ୟବହାର କରିଥିଲେ ବୋଲି ପ୍ରାୟ ଏକ ମାସ ପୂର୍ବେ ସେ ଅଭିଯୋଗ କରିଥିଲା । ଏପରିକି ନ୍ୟାୟ ଭିକ୍ଷା କରି ନବୀନ ନିବାସ ସମ୍ମୁଖରେ ସେ ଧାରଣା ମଧ୍ୟ ଦେଇଥିଲେ । ପୁଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିଲା।
Comments are closed.