www.samajalive.in
Friday, December 12, 2025
14.1 C
Bhubaneswar

ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରପଣା ଉତ୍ସର୍ଗ ପରମ୍ପରା

ପୁରୀ : ନବଦିନାତ୍ମକ ଯାତ୍ରା ଶେ​‌ଷ କରି ମହାପ୍ରଭୁ ବାହୁଡି ଆସିଛନ୍ତି। ସିଂହଦ୍ବାରା ନିକଟରେ ସୁନାବେଶରେ ରଥ ଉପରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇ ସାରିଛନ୍ତି ମହାପ୍ରଭୁ । ଏବେ କେବଳ ଅଧରପଣା ଓ ନିଳେଦ୍ରୀ ବୀଜେ ନୀତି ବାକି ରହିଛି । ରବିବାର ରାତି ପ୍ରାୟ ୮ଟାରୁ ବିଳମ୍ବତି ରାତି ଯାଏଁ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯିବ। ଏହା ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ, ସେବକ ତିନି ରଥରେ ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଅଧରପଣା ହାଣ୍ଡିକୁ ଭଙ୍ଗାଯିବ । ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗା ଯିବାର ପରମ୍ପରା ରହିଛି । ରଥର ପାର୍ଶ୍ବ ଦେବାଦେବୀଙ୍କ ସମତ ମହାପ୍ରଭୁଙ୍କ ଭୋଗ ପାଇବା ପଇଁ ଚଣ୍ଡୀ, ଚାମୁଣ୍ଡା ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଏ । ମଧ୍ୟାହ୍ନ ଧୂପ ପରେ ରାତି ୮ଟାରେ ୩ ରଥରେ ଅଧରାପଣା ନୀତି ଶେଷ ହେବ । ଆସନ୍ତାକାଲି ଅର୍ଥାତ୍ ସୋମବାର ମହାପ୍ରଭୁ ନୀଳାଦ୍ରି ବିଜେ କରିବେ ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories