www.samajalive.in
Friday, December 12, 2025
15.1 C
Bhubaneswar

ଭବିଷ୍ୟତର ଯୁଦ୍ଧ କଳ୍ପନାତୀତ ଭୟଙ୍କର ହେବ

ନୂଆଦିଲ୍ଲୀ : ପାକିସ୍ତାନ ଯଦି ଭାରତ ବିରୋଧୀ ଷଡ଼ଯନ୍ତ୍ରରୁ ନ ଓହରେ ତେବେ ଏହାର କଡ଼ା ଜବାବ ଦିଆଯିବ। ଏଥିନେଇ ଭବିଷ୍ୟତର ଯୁଦ୍ଧ କଳ୍ପନାତୀତ ଭୟଙ୍କର ହେବ। ଏଥିରେ ଟେକ୍ନୋଲୋଜି, ମହାକାଶ, ସାଇବର କ୍ଷେତ୍ର ଏବଂ ସ୍ବତନ୍ତ୍ର ବାହିନୀ ଡିଭିଜନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଏଭଳି ଯୁଦ୍ଧ ଦ୍ବାରା ବ୍ୟାପକ କ୍ଷୟକ୍ଷତି ହେବ। କାରଗିଲ ଯୁଦ୍ଧର ବିଂଶ ବର୍ଷପୂର୍ତ୍ତି ଅବସରରେ ଶନିବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ପାକିସ୍ତାନକୁ କଡ଼ା ଚେତାବନୀ ସ୍ବରୂପ ଏହା କହିଛନ୍ତି। ନିକଟ ଅତୀତରେ ବାଲା​‌େ​‌କାଟ କାର୍ଯ୍ୟାନୁଷ୍ଠାନ ଓ ସର୍ଜିକାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ଭାରତର ଏହା ରାଜନୈତିକ ଓ ସାମରିକ ଶକ୍ତି ପ୍ରଦର୍ଶନ କରିଛି ବୋଲି ରାୱତ ଚେତାଇ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ସେନା ବାରମ୍ବାର ଦୁଃସାହସ କରିଛି ଏବଂ ଏହାର ପରାଭବ ଭୋଗିଛି। ଏହା ଆତଙ୍କବାଦୀଙ୍କୁ ‌େ​‌ପ୍ରାତ୍ସାହିତ କରୁଛି ଏବଂ ଭାରତ ସହିତ ଚ୍ଛାୟା ଯୁଦ୍ଧ ଚଳାଇଛି। ଦେଶର ସୁରକ୍ଷା ନିମିତ୍ତ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ। ଆତଙ୍କବାଦ ଓ ଅନୈତିକ ମାଧ୍ୟମ ଜରିଆରେ ଲଢ଼େଇ ଆଜିକାଲି ଯୁଦ୍ଧର ନୂଆ କୌଶଳ ହୋଇଛି। ଭାରତ ଏହାକୁ ଭଲ ଭାବେ ବୁଝିଛି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତର ଯୁଦ୍ଧ ହାଇବ୍ରିଡ ହେବ ଏବଂ ଏଥିରେ ମାନବୀୟ କ୍ଷତିର ଆକଳନ ମଧ୍ୟ କରାଯିବ ନାହିଁ ବୋଲି ସେ ଦର୍ଶାଇଛନ୍ତି। ଟେକ୍ନୋଲୋଜିର ଚାପ କାରଣରୁ ଯୁଦ୍ଧ ପ୍ରସ୍ତୁତିରେ ପରିବର୍ତ୍ତନ ହୋଇଛି। ବିଶେଷକରି ସାଇବର ଦୁନିଆ ଆଜିର ଯୁଦ୍ଧରେ ବିଶେଷ ଭୂମିକା ନିର୍ବାହ କରୁଛି ବୋଲି ସେ କହିଛନ୍ତି।
ତିବ୍ବତୀୟମାନେ ଦଲାଇଲାମାଙ୍କ ଜନ୍ମ ଦିବସ ପାଳନ କରୁଥିବାବେଳେ ୧୧ରୁ ଅଧିକ ଚୀନ୍‌ ସେନା ଭାରତୀୟ ଅଞ୍ଚଳର ୫କିମି ଭିତରକୁ ପ୍ରବେଶ କରି ସେମାନଙ୍କ ପତାକା ଦେଖାଇବା କଥାକୁ ସେନାମୁଖ୍ୟ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଚୀନ ସେନା ନିୟନ୍ତ୍ରଣ ରେଖା ନିକଟ ନିଜସ୍ବ ସୀମାରେ ପାଟ୍ରୋଲିଂ କରିଥିଲେ। ସେଠାରେ କ’ଣ ହେଉଛି ତାହା ତଦାରଖ କରିବାକୁ ସେମାନେ ଆସିଥିଲେ। ଭାରତୀୟ ସେନା ସେମାନଙ୍କୁ ଫେରାଇ ଦେଇଥିଲେ ବୋଲି ରାୱତ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories