www.samajalive.in
Sunday, December 14, 2025
23.1 C
Bhubaneswar

ବସ୍‍ ଭିତରେ ଯୁବତୀଙ୍କୁ ଅସଦାଚରଣ ଉଦ୍ୟମ, ଯୁବକଙ୍କୁ ନିର୍ଧୁମ ଛେଚି ପୁଲିସ୍‍ ଜିମା ଦେଲେ

ଦେବଗଡ଼ : ବସ ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଘଟଣା ସୁନ୍ଦରଗଡ ଜିଲା ବଡଗାଁ ଅଞ୍ଚଳର ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଏପରିକି ଉକ୍ତ ଯୁବତୀଙ୍କ ଭାଇ ତାକୁ ବସ ମଧ୍ୟରେ ନିର୍ଧୁମ ଛେଚିବା ସହ କେବଳ ଅନଃବସ୍ତ୍ର ପିନ୍ଧିଥିବା ଅବସ୍ଥାରେ ସର୍ବସାଧାରଣ ରାସ୍ତାରେ ଚଲାଇଚଲାଇ ନେଇ ପୁଲିସ୍‍ ଜିମା ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ସହରରେ ରହୁଥିବା ଜଣେ ଅଣଓଡିଆ ଟାଇଲ ମିସ୍ତ୍ରୀ ଗତକାଲି ରାତ୍ରିରେ ତାଙ୍କ ବାପା ଓ ଭଉଣୀଙ୍କ ସହ ନାଇଟ କୋଚ ‘ଶ୍ରୀୟା’ଯୋଗେ ଭୁବନେଶ୍ୱରରୁ ଦେବଗଡ ଆସୁଥିଲେ। ବସ୍‍ଟି ଅନୁଗୁଳ ଜିଲାର ଖମାର ପାଖାପାଖି ପହଞ୍ଚିଥିବା ସମୟରେ ଉକ୍ତ ବସରେ କୁଚିଣ୍ଡା ଅଭିମୁଖେ ଯାଉଥିବା ସୁନ୍ଦରଗଡ ଜିଲାର ଜଣେ ଯୁବକ, ଯୁବତୀ(ଟାଇଲ ମିସ୍ତ୍ରୀଙ୍କ ଭଉଣୀ)ଙ୍କୁ ଅସଦାଚରଣ ପାଇଁ ଉଦ୍ୟମ କରିଥିଲା। ଏକଥା ଜଣାପଡିବା ପରେ ଟାଇଲ ମିସ୍ତ୍ରୀ ଏନେଇ ବସର କଣ୍ଡକ୍ଟରଙ୍କୁ ଜଣାଇବାସହ ଅଭିଯୁକ୍ତ ଯୁବକକୁ ନିସ୍ତୁକ ମାଡ ମାରିଥିଲେ। ବସଟି ଦେବଗଡ ପହଞ୍ଚିବାପରେ ଟାଇଲ ମିସ୍ତ୍ରୀ ଜଣକ ଉକ୍ତ ଯୁବକକୁ ସର୍ବ ସମ୍ମୁଖରେ କେବଳ ଚପଲ ଓ ଅନ୍ତର୍ବସ୍ତ୍ର ପିନ୍ଧିଥିବା ଅବସ୍ଥାରେ ଚଲାଇଚଳାଇ ଦେବଗଡ ଥାନାକୁ ନେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories