ନବୀନଙ୍କ ମନ୍ତ୍ରୀ ପରିଷଦ ବୈଠକ : ୫ଦିଗ ଉପରେ ଗୁରୁତ୍ବାରୋପ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଞ୍ଚଟି ଦିଗ ଉପରେ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୁରୁବାର ସଚ୍ଚିବାଳୟରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରି ନବୀନ ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍‌ସପରାନ୍ସି, ଟ୍ରାନ୍ସଫର୍ମେସନ୍‌ ଓ ଟାଇମ୍‌- ପାଞ୍ଚଟି ‘ଟି’ ଉପରେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ ତ୍ବରିତ ଭାବରେ ବିଭିନ୍ନ ସରକାରୀ ଯୋଜନାର କାର୍ୟ୍ୟାନ୍ବୟନ ଦିଗରେ ପଦକ୍ଷେପ ନେବାକୁ କହିଛନ୍ତି। ସମ୍ପ୍ରତି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବା ପରେ ଏବଂ ଶୁକ୍ରବାରଠାରୁ ଦ୍ବିତୀୟ ପର୍ୟ୍ୟାୟ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ସଦସ୍ୟମାନେ ଲୋକାଭିମୁଖୀ ହେବାକୁ ନବୀନ ପରାମର୍ଶ ଦେଇଛନ୍ତି।

Comments are closed.